ଯାଜପୁର: ଯାଜପୁର ଜିଲା ବରୀ ବ୍ଲକ ତିନିମୁହାଣୀ ବ୍ରାହ୍ମଣୀ ନଦୀରେ ଶୁକ୍ରବାର ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ୨ ଜଣ ଯୁବକ ବୁଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତ ଯୁବକ ଜଣକ ହେଲେ ରଜତ କୁମାର ସାହୁ । ଉଭୟଙ୍କ ଘର ବରୀ ଦରଘା ଗ୍ରାମରେ ।
ଗ୍ରାମର ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଯୁବକ ମା’ ସରସ୍ୱତୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଯାଇଥିଲେ । ବିସର୍ଜନ ବେଳେ ଅସାବଧାନତା ଯୋଗୁ ୨ ଜଣ ଯୁବକ ପାଣିରେ ବୁଡ଼ି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଅନ୍ୟ ଯୁବକମାନେ ଉଭୟଙ୍କୁ ଉଦ୍ଧାର କରି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଯାଜପୁର ସ୍ଥାନାନ୍ତର କରାଯିବାକୁ ଉଦ୍ୟମ କରାଯାଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ମିଳି ନ ଥିଲା । ଏହାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତଜେନା ଦେଖାଦେଇଥିଲା । ଖବରପାଇ ବିଜେପି ନେତା ଉମେଶ ଜେନା ମେଡିକାଲରେ ପହଂଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଡ଼ାକ୍ତର ଜଣଙ୍କର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କୁ ଯାଜପୁର ସ୍ଥାନାନ୍ତର କରାଯାଇଛି ।
BREAKING NEWS
- ୫୦୦% ଟାରିଫ ଧମକ ମଧ୍ୟରେ ଖସିଲା ସେୟାର ବଜାର
- ବରୁଣ ଧୱନଙ୍କୁ ଟ୍ରୋଲ୍ କଲେ ୟୁଜର୍ସ, ଚିହିଁକିଲେ ‘ବର୍ଡର ୨’ରେ ପ୍ରଡ୍ୟୁସର୍
- Jaundice In Khordha: ଏଥିପାଇଁ ନବୋଦୟ ସ୍କୁଲରେ ବ୍ୟାପିଲା ଜଣ୍ଡିସ୍;ଆସିଲା ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ରିପୋର୍ଟ
- ଲିଷ୍ଟ ଏ କ୍ରିକେଟରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ରିତୁରାଜ
- pollution certificate: ‘ସାର୍ଟିଫିକେଟ ନାହିଁ ତ ତେଲ ନାହିଁ,ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରାଯିବ’
- ଲାଞ୍ଚ ନେଇ ଫସିଲେ ଆରଆଇ
- Odisha receive bomb threat: ବୋମା ଧମକର ବିଧିବଦ୍ଧ ତଦନ୍ତ ଦାବି କଲା ହାଇକୋର୍ଟ ବାର ଆସୋସିଏସନ
- ରେଡ୍ ବେଳେ ପହଞ୍ଚିଲେ ମମତା ବାନାର୍ଜୀ; ଇଡି ସହ ମୁହାଁମୁହିଁ
- କ୍ଷମା ମାଗିଲେ ଇଂଲଣ୍ଡ ଦଳର ଅଧିନାୟକ ହ୍ୟାରୀ ବ୍ରୁକ
- ବାୟୁ ପ୍ରଦୂଷଣ ନେଇ ଧର୍ମେନ୍ଦ୍ରଙ୍କ ଚିନ୍ତା ପ୍ରକଟ;ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡିଲେ
Comments are closed.