ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ନୀଳକଣ୍ଠେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭ଟି ଶ୍ରେଣୀରେ ୧୧୪ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ମାତ୍ର ଜଣେ ଶିକ୍ଷକ । ଫଳରେ ପାଠପଢାରେ ବ୍ୟାଘାତ ହେଉଛି । ଶିକ୍ଷକ ନିଯୁକ୍ତି ନେଇ ଗ୍ରାମବାସୀ ବାରମ୍ବାର ଦାବି କଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି । ତେଣୁ ବାଧ୍ୟ ହୋଇ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ନୀଳକଣ୍ଠେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ୧୧୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । କିନ୍ତୁ ଏହି ସ୍କୁଲରେ ଏବେ ଜଣେ ମାତ୍ର ଶିକ୍ଷକ ଅଛନ୍ତି । କିଛିି ମାସ ମଧ୍ୟରେ ଦୁଇ ଜଣ ଶିକ୍ଷକ ଅବସର ନେବା ପରେ ତାଙ୍କ ବଦଳରେ ଅନ୍ୟ ଶିକ୍ଷକଙ୍କୁ ନିଯୁକ୍ତି ମିଳିନାହିଁ । ଶିକ୍ଷକ ନ ଥିବାରୁ ପିଲାମାନେ ଗୋଟେ ମାତ୍ର କ୍ଳାସ କରି ବାକି ସମୟ ଖେଳୁଥିବା ଅଭିଭାବକ ଅଭିଯୋଗ କରିଛନ୍ତିି । ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ । ଶିକ୍ଷକ ଅବସର ପରେ ପୁନଃନିଯୁକ୍ତି ହୋଇନାହିଁ । ୭ ଦିନ ମଧ୍ୟରେ ନୂତନ ଶିକ୍ଷକ ଦେବା ପାଇଁ ବ୍ୟବସ୍ଥା କରୁଛୁ ବୋଲି ବିଇଓ କହିଛନ୍ତି ।
BREAKING NEWS
- ଦୁନିଆର ସବୁଠୁ ଦାମୀ ଫଳ, ମୂଲ୍ୟ ଏତେ ଯେ ହାତ ମାରି ହେବନି
- ବୁଦ୍ଧ ଆର୍ଟ ଗ୍ୟାଲେରୀରେ ପାରମ୍ପରିକ ଶିଳ୍ପୀ ଶିବିର ଉଦଘାଟିତ
- ଓସଜା ପୁରସ୍କାର: ‘ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ୨୦୩୬ ଅଲିମ୍ପିକ୍ସରେ ଓଡ଼ିଶା ଖେଳାଳି ଜିତନ୍ତୁ ବ୍ୟକ୍ତିଗତ ମେଡାଲ’
- ଟ୍ରେନ୍ ରହଣୀ ଦାବିରେ ୨୩ରେ ବେଲପାହାଡ଼ରେ ରେଳରୋକ
- ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର:ତୀବ୍ରତା ୬.୬
- ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ: ଜୟ ନାରାୟଣ ମିଶ୍ର
- ୩୬ ହଜାର ଫୁଟ ଉଚ୍ଚରେ ଉଡ଼ୁଥିବା ବିମାନରେ ନାଚିଲେ ନବଦମ୍ପତ୍ତି
- ଲୁଚି ଲୁଚି ଅନ୍ୟ ଦେଶରେ ପୋଲିସ ଥାନା ବସାଉଛି ଚୀନ; ଏହିସବୁ ଦେଶରେ କରୁଛି ଗୁଇନ୍ଦାଗିରି
- ନିଦ୍ରା ଜନିତ ରୋଗ ପାଇଁ କିମ୍ସରେ ସ୍ଲିପ୍ ଲ୍ୟାବ୍
- ପ୍ରଥମ ଥର ଆୟୋଜିତ ହେଲା ‘ହରର ଫିଲ୍ମ ଫେଷ୍ଟିଭାଲ’