Latest Odisha News

BREAKING NEWS

ପରଲୋକରେ ଶିକ୍ଷାବିତ ହୀରକ ପ୍ରାମାଣିକ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ ଓ ଲେଖକ ହୀରକ୍ କୁମାର ପ୍ରାମାଣିକ ଆଉ ନାହାନ୍ତି। ଗତ ଶୁକ୍ରବାର ତାଙ୍କର ପରଲୋକ ହୋଇଛି। ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଭାବରେ ଅନେକ ସରକାରୀ କଲେଜରେ କାର୍ଯ୍ୟ କରିବା ପରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବଦ୍ୟାଳୟରୁ ସେ ଅବସର ଗ୍ରହଣ କରିଥିଲେ। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇ ଥିଲା। ଜଣେ ଉତ୍ତମ ବକ୍ତା ଓ ଲେଖକ ଭାବେ ସେ ବେଶ୍ ପରିଚିତ।

ଓଡ଼ିଆ ଭାଷାରେ ସମସ୍ତେ ଉତ୍କର୍ଷ ଲାଭ କରନ୍ତୁ ବୋଲି ସେ ସବୁବେଳେ ଅନ୍ୟମାନଙ୍କୁ ଉତ୍ସାହିତ କରୁଥିଲେ। ତାଙ୍କର ପତ୍ନୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଏଲ୍ଲେନ୍ ପ୍ରାମାଣିକ, ଜଣେ ପୁତ୍ର ଓ ଜଣେ କନ୍ୟାଙ୍କୁ ସେ ଛାଡ଼ି ଯାଇଛନ୍ତି। ତାଙ୍କ ପରଲୋକରେ ଖ୍ରୀଷ୍ଟୀୟ ସମାଜ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

Comments are closed.