Latest Odisha News

ସୁର ଭାଙ୍ଗିଲେ କୋଭିଡ ନିୟମ !

ଭୁବନେଶ୍ୱର: ଓଡ଼ିଶାରେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଜନସାଧାରଣ ସଚେତନ ରହିବା ପାଇଁ ବାରମ୍ବାର ନିବେଦନ କରାଯାଉଛି । ରାଜ୍ୟ ସରକାର, ପୋଲିସ୍ ଓ ସ୍ୱାସ୍ଥ୍ୟ ବିଭାଗ ସମସ୍ତେ କୋଭିଡ ନିୟମ ପାଳନ ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ନିରନ୍ତର ଅନୁରୋଧ ଓ ପ୍ରଚେଷ୍ଟା ଚଳାଇଛନ୍ତି । ତେବେ ଖୋଦ୍ ଜନପ୍ରତିନିଧି ଏହି ନିୟମକୁ ମାନିବାକୁ ନାରାଜ ।

ଜଟଣୀ ବିଧାୟକ ସୁର ରାଉତରାୟ କୋଭିଡ ନିୟମ ଉଲ୍ଲଂଘନ କରିଛନ୍ତି । ଏକ ଘରୋଇ ହସ୍ପିଟାଲ୍‌ରେ ରୋଗୀ ମୃତ୍ୟୁକୁ ପ୍ରସଙ୍ଗ କରି ଶତାଧିକ ଲୋକଙ୍କୁ ଏକତ୍ରିତ କରି କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି ଏହି ବର୍ଷିୟାନ ନେତା । ସଂପୃକ୍ତ ରୋଗୀଙ୍କର କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଧରି ହସ୍ପିଟାଲ୍ ସମ୍ମୁଖରେ ବିଧାୟକ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା ।

ତେବେ ଧାରଣାରେ ବସିଥିବା ବିଧାୟକଙ୍କ ମୁହଁରେ କିନ୍ତୁ ମାସ୍କ ନ ଥିଲା । କେବଳ ସେ ନୁହଁନ୍ତି ଧାରଣାରେ ବସିଥିବା କିଛି ବ୍ୟକ୍ତି ମଧ୍ୟ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା । ଏଥିସହ ସାମାଜିକ ଦୂରତାକୁ ମଧ୍ୟ ସମସ୍ତେ ଫୁ କରି ଉଡାଇ ଦେଇଥିଲେ । ନିୟମ ଉଲ୍ଲଂଘନ କରିଥିବା ସୁରେଶ ରାଉତରାୟଙ୍କ ଠାରୁ ପ୍ରଶାସନ ଫାଇନ୍ ଆଦାୟ କରିବା ସହ ଦଣ୍ଡିତ କରିବ ନା ନାହିଁ, ଏସବୁ ପ୍ରସଙ୍ଗ ଏବେ ପ୍ରଶ୍ନ ଘେରରେ ।

Leave A Reply

Your email address will not be published.