Latest Odisha News

BREAKING NEWS

ଜଣାଶୁଣା ଯନ୍ତ୍ରୀ ସୁଧିର ନାରାୟଣଙ୍କ ପରଲୋକ

ଭୁବନେଶ୍ୱର: ଜଣାଶୁଣା ଯନ୍ତ୍ରୀ ସୁଧିର କୁମାର ସମରେନ୍ଦ୍ର ନାରାୟଣଙ୍କ ଦେହାନ୍ତ ହୋଇଛି । ଏସକେଏସ୍ ନାଁରେ ଖ୍ୟାତି ଅର୍ଜନ କରିଥିବା ସୁଧିର ନାରାୟଣଙ୍କ ଦେହାନ୍ତ ସୋମବାର ସନ୍ଧ୍ୟାରେ ହୋଇଛି । ସୁଧିର ଗତ କିଛିଦିନ ହେଲା ଅସୁସ୍ଥ ଥିଲେ ।

୧୯୪୨ ମାର୍ଚ୍ଚ ୨୪ରେ କରଞ୍ଜିଆରେ ଜନ୍ମ ଗ୍ରହଣ କରିଥିବା ସୁଧିର ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟର ପୂର୍ବତନ ନିର୍ଦ୍ଦେଶକ । ଆରଇସି ରାଉରକେଲାରୁ ୧୯୬୫ରେ ମେକାନିକାଲ୍ ଇଞ୍ଜିନିୟରିଂରେ ସେ ବିଟେକ୍ କରିଥିଲେ । ସେହି ବର୍ଷ ସୁଧିର ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଯୋଗ ଦେଇଥିଲେ ।

ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟରେ ୧୯୯୦ରେ ଯୋଗ ଦେବା ପୂର୍ବରୁ ସୁଧିର ଅନେକ ଉଚ୍ଚ ପଦ ପଦବୀରେ ରହିଥିଲେ । ୨୦୦୩ରେ ଅବସର ନେବା ବେଳେକୁ ସେ ନିର୍ଦ୍ଦେଶକ ରାଙ୍କରେ ପହଞ୍ଚିଥିଲେ । ସେ ତାଙ୍କ କାର୍ଯ୍ୟକାଳ କାଳରେ ଅନେକ ପୁରସ୍କାର ପାଇଥିଲେ ।

ଅବସର ପରେ ବାକି ଜୀବନ କଟାଇବାକୁ ଭୁବନେଶ୍ୱରକୁ ବାଛିଥିଲେ । ଇନଟାକର ସଦସ୍ୟ ସୁଧୀର ଥିଲେ ଜଣେ ସମାଜସେବୀ । ସୁଧୀରଙ୍କ ପତ୍ନୀ ନଳିନୀଙ୍କ ସହ ତାଙ୍କର ଜଣେ ପୁଅ ସମୀର ଓ ଜଣେ ଝିଅ ସୋନାଲି ଅଛନ୍ତି ।

Comments are closed.