ଭୁବନେଶ୍ବର : ବିଶିଷ୍ଟ ଶିଳ୍ପପତି ତଥା କେଜେଏସ ଗ୍ରୁପର ଅଧ୍ୟକ୍ଷ କମଳଜିତ ସିଂହ ଆଲୁୱାଲିଆଙ୍କ ପରଲୋକ । ୭୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭାରାତୀୟ ଖଣି ଓ ଲୌହ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ କମଳଜିତ ସିଂହ ଜଣେ ପ୍ରମୁଖ ଓ ଜଣାଶୁଣା ବ୍ୟକ୍ତିତ୍ବ ଥିଲେ । ଜୀବନରେ ବହୁ ସଂଗ୍ରାମ ଓ ସଂଘର୍ଷ କରି ନିଜସ୍ବ ପ୍ରୟାସରେ କେଜେଏସ ଗ୍ରୁପ ପ୍ରତିଷ୍ଠା କରିବା ସହ ସେ ଏହାର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । ନିଜର ଇଚ୍ଛାଶକ୍ତି ଓ ତାଙ୍କର ଆନ୍ତରିକ ଉଦ୍ୟମ ଯୋଗୁଁ ସେ ଜଣେ ବୈପ୍ଳବିକ ବ୍ୟକ୍ତିତ୍ବ ଭାବରେ ସାରା ଦେଶରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଶାର କେନ୍ଦୁଝର ଜିଲ୍ଲା ବଡ଼ବିଲରେ ସେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ୫ ଦଶନ୍ଧି ଧରି ସେ ଦେଶର ବିଭିନ୍ନ ସ୍ଥାନରେ ଲୁହା, ସିମେଣ୍ଟ, କଂକ୍ରିଟ, ନିର୍ମାଣ, ରିଅଲ ଇଷ୍ଟେଟ, ଭିତ୍ତିଭୂମି ନିର୍ମାଣ ଓ ପ୍ରଯୁକ୍ତି କ୍ଷେତ୍ରରେ ତାଙ୍କର ବ୍ୟବସାୟିକ ପରାକାଷ୍ଠା ପ୍ରତିପାଦିତ କରିପାରିଥିଲେ । ତାଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.