ଭୁବନେଶ୍ବର : ବିଶିଷ୍ଟ ଶିଳ୍ପପତି ତଥା କେଜେଏସ ଗ୍ରୁପର ଅଧ୍ୟକ୍ଷ କମଳଜିତ ସିଂହ ଆଲୁୱାଲିଆଙ୍କ ପରଲୋକ । ୭୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭାରାତୀୟ ଖଣି ଓ ଲୌହ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ କମଳଜିତ ସିଂହ ଜଣେ ପ୍ରମୁଖ ଓ ଜଣାଶୁଣା ବ୍ୟକ୍ତିତ୍ବ ଥିଲେ । ଜୀବନରେ ବହୁ ସଂଗ୍ରାମ ଓ ସଂଘର୍ଷ କରି ନିଜସ୍ବ ପ୍ରୟାସରେ କେଜେଏସ ଗ୍ରୁପ ପ୍ରତିଷ୍ଠା କରିବା ସହ ସେ ଏହାର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । ନିଜର ଇଚ୍ଛାଶକ୍ତି ଓ ତାଙ୍କର ଆନ୍ତରିକ ଉଦ୍ୟମ ଯୋଗୁଁ ସେ ଜଣେ ବୈପ୍ଳବିକ ବ୍ୟକ୍ତିତ୍ବ ଭାବରେ ସାରା ଦେଶରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଶାର କେନ୍ଦୁଝର ଜିଲ୍ଲା ବଡ଼ବିଲରେ ସେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ୫ ଦଶନ୍ଧି ଧରି ସେ ଦେଶର ବିଭିନ୍ନ ସ୍ଥାନରେ ଲୁହା, ସିମେଣ୍ଟ, କଂକ୍ରିଟ, ନିର୍ମାଣ, ରିଅଲ ଇଷ୍ଟେଟ, ଭିତ୍ତିଭୂମି ନିର୍ମାଣ ଓ ପ୍ରଯୁକ୍ତି କ୍ଷେତ୍ରରେ ତାଙ୍କର ବ୍ୟବସାୟିକ ପରାକାଷ୍ଠା ପ୍ରତିପାଦିତ କରିପାରିଥିଲେ । ତାଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।
BREAKING NEWS
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
Comments are closed.