Latest Odisha News

ଯୁବ ସାମ୍ବାଦିକ ଅମଜାଦ୍ ବାଦଶାହଙ୍କ କରୋନାରେ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଜଣାଶୁଣା ସାମ୍ବାଦିକ ଅମଜାଦ୍ ବାଦଶାହଙ୍କ ମୃତ୍ୟୁ କରୋନାରେ ହୋଇଛି । ଏପ୍ରିଲ୍ ୮ ତାରିଖରେ ସେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୪୫ ବର୍ଷିଅ ଅମଜାଦ୍ ବାଦଶାହ ଏକାଧିକ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ । ଏବେ ସେ ରାୟପୁରସ୍ଥିତ ଅମିତ ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ବିଭାଗରେ ଅଧ୍ୟାପନା କରୁଥିଲେ ।

ମହାମାରୀ କରୋନାର ସଂକଟ ସମୟରେ ଅମଜାଦ୍ ଝାରସୁଗୁଡ଼ା ସ୍ଥିତ ବେହେରାମାଳରେ ରହି ଅନଲାଇନରେ କ୍ଲାସ୍ ନେଉଥିଲେ । ଅମଜାଦଙ୍କ ପତ୍ନୀ ସହ ୨ ମାସର ପୁଅ ଏବଂ ୪ ବର୍ଷର ଝିଅ ଅଛନ୍ତି । ରିପୋର୍ଟ ଅନୁସାରେ ଏପ୍ରିଲ୍ ୭ରେ ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ତାପରେ ସେ ନିଜକୁ ଆଇସୋଲେସନ୍ କରିଥିଲେ ।

ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଆଜି ଅମଜାଦ୍ ବାଦଶାହ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

Comments are closed.