Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ ଟିକା

ଭୁବନେଶ୍ବର : କରୋନା ଭଳି ମହାମାରୀ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରା୍ୟବାସୀଙ୍କ ମାଗଣାରେ ମିଳିବ କରୋନା ଟିକା । ଆସନ୍ତା ମେ’ ୧ ତାରିଖରେ ସାରା ଦେଶରେ ୧୮ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ କରୋନା ଟିକା ଦିଆଯିବ । ଏହି ଅବସରରେ ଆମ ରାଜ୍ୟରେ ମଧ୍ୟ ଟିକାକରଣ ହେବ । ତେବେ ଏହି ଟିକାକରଣରେ ରାଜ୍ୟବାସୀଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍ ଟିକା ବାବଦରେ ରାଜକୋଷରୁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୧୮ରୁ ୪୪ ବର୍ଷ ବୟସ ବର୍ଗର ୨ କୋଟି ଲୋକଙ୍କୁ ଟିକା ଦିଆଯିବ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ ଭଳି ମହାମାରୀ ସମୟରେ ସାରା ଭାରତ ଏକ କଠିନ ପରିସ୍ଥିତି ମଧ୍ୟରେ ଗତ କରୁଛି । ଏହାକୁ ଏକ ଯୁଦ୍ଧକାଳୀନ ପରିସ୍ଥିତି ବୋଲି କହିଲେ ଭୁଲ ହେବନାହିଁ । କୋଭିଡ ସଂକ୍ରମଣରେ ଭାରତ ଆଜି ବିଶ୍ବରେ ସବୁଠୁ ଆଗରେ ଅଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମହାମାରୀରେ ସଂକ୍ରମିତ ହେଉଛନ୍ତି । ଅନେକ ଲୋକଙ୍କ ଜୀବନ ବି ଗଲାଣି । ତେଣୁ ଏଭଳି ଏକ କଠିନ ପରିସ୍ଥିତିରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ସମସ୍ତେ ମାନନ୍ତୁ ବୋଲି ହାତ ଯୋଡି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାସ୍କ ପିନ୍ଧିବା ସହ ଅତି ଦରକାର ନଥିଲେ ବାହାରକୁ ଯାଆନ୍ତୁ ନାହିଁ । ଏଥିସହ ସାମାଜିକ ଦୂରତାକୁ ମଧ୍ୟ ମାନନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଯଦି ଆମେ ସତର୍କ ରହିବା ତାହେଲେ କରୋନା ବିରୋଧୀ ଲଢ଼େଇରେ ଜିତିବା ବୋଲି ନବୀନ କହିଛନ୍ତି ।

Leave A Reply

Your email address will not be published.