Latest Odisha News

BREAKING NEWS

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ପ୍ରଥମ ‘ସିକନ୍ଦର ଆଲାମ ସ୍ମୃତି ସମ୍ମାନ’

ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ପ୍ରଥମ ‘ସିକନ୍ଦର ଆଲାମ ସ୍ମୃତି ସମ୍ମାନ’ରେ ସମ୍ମାନିତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଚିବାଳୟରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାରକୀ ଓ ପଟ୍ଟବସ୍ତ୍ର ଦେଇ ପ୍ରଣବ ପଟ୍ଟନାୟକଙ୍କୁ ସମ୍ମାନିତ କରିଥିଲେ ।

ବିଶିଷ୍ଟ ସଙ୍ଗୀତ ଶିଳ୍ପୀ ସ୍ୱର୍ଗତ ମହମ୍ମଦ ସିକନ୍ଦର ଆଲାମଙ୍କ ସ୍ମୃତିରେ ସିକନ୍ଦର ଆଲାମଙ୍କ ୭୯ତମ ଜୟନ୍ତୀ ଅବସରରେ ‘ଆଲାମ ଫାଉଣ୍ଡେସନ’ ପକ୍ଷରୁ ଏହି ପୁରସ୍କାର ଆରମ୍ଭ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ସିକନ୍ଦର ଆଲାମଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ପ୍ରଣବ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ସ୍ୱର୍ଗତ ସିକନ୍ଦର ଆଲାମଙ୍କ ସହଧର୍ମିଣୀ ଓ କନ୍ୟା ଏବଂ ଉକ୍ରଳ ପ୍ରସଙ୍ଗର ସମ୍ପାଦକ ଲେନିନ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.