Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ‘ସବୁଜ ଓଡ଼ିଶା’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଏକ ଉତ୍ସବରେ ବିଜୁ ଯୁବ ବାହିନୀର ‘ସବୁଜ ଓଡ଼ିଶା’ କାର୍ଯ୍ୟକ୍ରମକୁ ବୃକ୍ଷରୋପଣ କରି ଉଦଘାଟନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ପରିବେଶର ସୁରକ୍ଷା ପାଇଁ ଗଛର ମହତ୍ୱ ବେଶୀ । ତେଣୁ ରାଜ୍ୟ ସରକାର ପରିବେଶ ସୁରକ୍ଷା ପାଇଁ ବନୀକରଣ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ସବୁଜ ମହାନଦୀ ମିଶନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ଦୁଇ କୋଟି ଗଛ ଲଗାଯିବାର ଲକ୍ଷ୍ୟ ରହିଛି । ସେହିପରି ଚଳିତ ବର୍ଷ ରାଜ୍ୟର ବିିଭିନ୍ନ କାର୍ଯ୍ୟକ୍ରମରେ ୫କୋଟି ଗଛ ଲଗାଇବାର ଯୋଜନା ରହିଛି ।

ବିଜୁ ଯୁବବାହିନୀଙ୍କ ସବୁଜ ଓଡ଼ିଶା ମିଶନକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଭଲ କାମ କରନ୍ତୁ ମୁଁ ଆପଣଙ୍କ ସହିତ ରହିଛି । ଗତ ରଥଯାତ୍ରା ସମୟରେ ଏବଂ ପରେ ପୁରୀ ସମୁଦ୍ରକୂଳ ପରିଷ୍କାର କରିବାରେ ବିଜୁ ଯୁବବାହିନୀ କାର୍ଯ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ପରିବେଶ ସୁରକ୍ଷା, ବନୀକରଣ, ପ୍ଲାଷ୍ଟିକ ପ୍ରଦୂଷଣ ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୁବବାହିନୀକୁ ପରାମର୍ଶ ଦେଇଥିଲେ ।

ବିଜୁ ଯୁବ ବାହିନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ଅରୂପ ପଟ୍ଟାୟକ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।

ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଧାୟକ ବିଜୟ ମହାନ୍ତି ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର, କ୍ରୀଡ଼ା ବିଭାଗର ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.