Latest Odisha News

BREAKING NEWS

ପରଲୋକରେ ସାହିତ୍ୟିକା ଗୀତା ହୋତା

ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକା ତଥା ଲୋକପ୍ରିୟ ସାହିତ୍ୟ ପତ୍ରିକା ‘ଅମୃତାୟନ’ର ସମ୍ପାଦିକା ଗୀତା ହୋତାଙ୍କର ପରଲୋକ ଘଟିଛି। ତାଙ୍କର ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ମୃତ୍ୟୁ  ଶଯ୍ୟା ନିକଟରେ ତାଙ୍କ ସ୍ଵାମୀ ବିଶିଷ୍ଟ ସାହିତ୍ୟିକ ସାତକଡି ହୋତା, ପୁଅ, ବୋହୂ, ଝିଅ, ଜ୍ୱାଇଁ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସ୍ବର୍ଗତ ହୋତା ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସେ ସର୍ବଦା ଚେଷ୍ଟିତ ଥିଲେ ତାଙ୍କ ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏହିପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। କଳିଙ୍ଗ ପୁସ୍ତକ ମେଳା, ଲେଖକ ସାମୁଖ୍ୟ ଓ ରାଜଧାନୀ ପୁସ୍ତକ ମେଳା କମିଟି ସହ ‌ଜଡ଼ିତ ଥିଲେ । ସେ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ସମୟର ସମ୍ପାଦକ ସାତକଡି ହୋତାଙ୍କ ଧର୍ମପତ୍ନୀ ।ତାଙ୍କ ମୃତ୍ୟୁରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.