Latest Odisha News

BREAKING NEWS

୧୦ ବର୍ଷ ତଳେ ଜବତ ଦେଶୀ ବନ୍ଧୁକ ପାଇଁ ୫ ଜଣ ମେଡିକାଲରେ ଭର୍ତ୍ତି

ନବରଙ୍ଗପୁର: ବାରହା ମାରି ଫସିଥିଲେ, ଏବେ ପୁଣି ଫସିବେ । ୧୦ ବର୍ଷ ତଳେ ଜବତ ଦେଶୀ ବନ୍ଧୁକ ପାଇଁ ୫ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ମୈଦଲପୁର ସାପ୍ତାହିକ ହାଟରେ । ଦେଶୀ ବନ୍ଧୁକ ସଜାଡ଼ିବା ବେଳେ ବାରୁଦ ଫୁଟିବାରୁ ୫ ଜଣ ଆହତ ହୋଇ ମେଦଲପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ, ୧୦ ବର୍ଷ ତଳେ ବାରହା ଶିକାର ଅଭିଯୋଗରେ ପୂଜାରିଗୁଡ଼ା ଗାଁର ବୁଦୁ ମାଝିଙ୍କ ଦେଶୀ ବନ୍ଧୁକକୁ ବନ ବିଭାଗ ଜବତ କରିଥିଲା । ଆଜି ବନ ବିଭାଗ ପକ୍ଷରୁ ବୁଦୁ ଜବତ ଦେଶୀ ବନ୍ଧୁକକୁ ମୁକୁଳାଇଥିଲେ । ପରେ ମୈଦଲପୁର ସ୍ଥିତ ଏକ ୱେଲ୍ଡିଂ ଦୋକାନକୁ ଯାଇ ବନ୍ଧୁକକୁ ସଜାଡ଼ିବାକୁ ଦେଇଥିଲେ ।

ଦେଶୀ ବନ୍ଧୁକ ମରାମତି ବେଳେ ସେଥିରେ ଥିବା ବାରୁଦ ଫୁଟି ଯାଇଥିଲା । ଏଥିରେ ସାପ୍ତାହିକ ହାଟକୁ ଆସିଥିବା ୪ ମହିଳାଙ୍କ ସହ ବନ୍ଧୁକ ମାଲିକ ବୁଦୁ ମାଝୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମୈଦଲପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ୱେଲ୍ଡିଂ ଦୋକାନୀଙ୍କ ସହ ବୁଦୁ ମାଝୀଙ୍କୁ ଅଟକ ରଖି ତଦନ୍ତ କରୁଛି ।

Leave A Reply

Your email address will not be published.