Latest Odisha News

BREAKING NEWS

ପରପାରିରେ ପୂଣ୍ୟପ୍ରଭା ଦେବୀ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ସହ ନୂଆ ବର୍ଷର ଆରମ୍ଭ ହୋଇଛି। ବିଶିଷ୍ଟ ସାହିତ୍ୟିକା ପୂଣ୍ୟପ୍ରଭା ଦେବୀଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ଓଡ଼ିଆ ସାହିତ୍ୟର ଲେଖକ ତଥା ପାଠକଙ୍କ ମଧ୍ୟରେ ପୂଣ୍ୟପ୍ରଭା ମା’ ଭାବରେ ସେ ସମସ୍ତଙ୍କର ଆପଣାର ଥିଲେ।

ଅସ୍ତରଙ୍ଗ, ସୁଦୂର ସୈକତ , ଚନ୍ଦନ ଘୋରିଲେ ବାସ , ଅବ୍ୟକ୍ତ ପ୍ରଭୃତି ଅନେକ ପୁସ୍ତକ ସେ ରଚନା କରିଥିଲେ। ଏହା ସହ ତାଙ୍କ ଦ୍ବାରା ରଚିତ, ଟିକି ରାଇଜ କାଳିଆ ବଳଦ ଗଲା, ବେଲୁନ ବାଲା ପ୍ରଭୃତି ଶିଶୁ ସାହିତ୍ୟ ବହୁଳ ଭାବରେ ପାଠକଙ୍କ ଦ୍ୱାରା ଆଦୃତ ହୋଇଥିଲା। ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ଦ୍ୱାରା ସମ୍ମାନିତା ଓ ସମ୍ବର୍ଦ୍ଧିତା ହେବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ ସାହିତ୍ୟ ପୁରସ୍କାର ପାଇଥିଲେ। ତାଙ୍କର ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳି ଯାଇଛି।

Comments are closed.