Latest Odisha News

BREAKING NEWS

କରୋନା ଭୟ ଭିତରେ ନୂଆବର୍ଷ ୨୦୨୨କୁ ସ୍ୱାଗତ କଲା ସାରା ବିଶ୍ୱ

ଭୁବନେଶ୍ୱର: ବଦଳିଗଲା କ୍ୟାଲେଣ୍ଡର । ବିଦାୟ ନେଇଛି ବର୍ଷ ୨୦୨୧ । ନୂଆ ଆଶା, ସମ୍ଭାବନା ନେଇ ଆସିଛି ନୂଆବର୍ଷ । ରାତି ୧୨ଟା ପରେ ୨୦୨୨କୁ ସ୍ୱାଗତ କରିଛି ସାରା ବିଶ୍ୱ । ଓମିକ୍ରନ୍ ସଂକଟ ଭିତରେ ନୂତନ ବର୍ଷକୁ କଟକଣା ଭିତରେ ସ୍ୱାଗତ କରାଯାଇଛି । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ସିଡ୍‌ନୀ ଆକାଶ ରଙ୍ଗୀନ ଆତସବାଜିରେ ଝଲସି ଉଠିଥିଲା ।

ତେବେ କରୋନା ଯୋଗୁ ଆମେରିକା ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାର୍‌ରେ କଟକଣା ଯୋଗୁଁ ନୂଆବର୍ଷ ଉତ୍ସବ ପାଇଁ ଜନସମାଗମ ହୋଇନାହିଁ । ସେଠାରେ ଡିଜିଟାଲ୍ ଜରିଆରେ ନୂଆବର୍ଷକୁ ସ୍ୱାଗତ କରାଯାଇଥିଲା । ଭାରତରେ ମଧ୍ୟ କୋଭିଡ୍ କଟକଣା ଭିତରେ ୨୦୨୨କୁ ସ୍ୱାଗତ କରିଛନ୍ତି ଦେଶବାସୀ । କରୋନା ଭିତରେ ୨୦୨୧ ବିଦାୟ ନେଇଛି । ମହାମାରୀ ଯୋଗୁ ନୂଆବର୍ଷ ପାଳନ ବି ଫିକା ଫିକା ରହିଲା ।

କରୋନା କଟକଣା ଭିତରେ କିଛି ସ୍ଥାନରେ ଲୋକ ନୂଆବର୍ଷ ପାର୍ଟିର ଆୟୋଜନ କରିଥିଲେ । କେଉଁଠି ଘରେ ଘରେ ପରିବାର ଓ ସମ୍ପର୍କୀୟଙ୍କ ଗହଣରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ନାଚ ଗୀତ ସହ ଆତସବାଜି ଭିତରେ ୨୦୨୨କୁ ସ୍ୱାଗତ କରାଯାଇଛି । ଦେଶରେ କେଉଁଠି ବଡ଼ ଧରଣର ନ୍ୟୁ ଇୟର ସେଲିବ୍ରେସନ୍ ହୋଇ ନାହିଁ ।

Leave A Reply

Your email address will not be published.