Latest Odisha News

BREAKING NEWS

ଜୁନ୍‌ ୨୩ରୁ ଭାରତ ଏବଂ ଦୁବାଇ ମଧ୍ୟରେ ଆରମ୍ଭ ହେବ ବିମାନ ଚଳାଚଳ

ନୂଆଦିଲ୍ଲୀ: କରୋନା ଯୋଗୁ ବିଭିନ୍ନ ଦେଶ ଭାରତରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଦେଶରେ ସ୍ଥିତି ନିୟନ୍ତ୍ରଣ ଆଡକୁ ଗତି କରୁଥିବା ବେଳେ ଦୁବାଇ ଭାରତରୁ ବିମାନ ଚଳାଚଳ ଉପରେ ରହିଥିବା କଟକଣାକୁ କୋହଳ କରିଛି। ଏ ନେଇ ଏମିରେଟ୍ସ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

BjdElectrycity

ସୂଚନା ଅନୁଯାୟୀ ଜୁନ୍ ୨୩ ରୁ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ନାଇଜେରିଆକୁ ସଂଯୋଗ କରୁଥିବା ବିମାନ ଚଳାଚଳ ଆରମ୍ଭ କରିବ ଦୁବାଇ।

ବିମାନ ବନ୍ଦରର ମୁଖପାତ୍ର କହିଛନ୍ତି ଯେ ଦୁବାଇର ବିପର୍ଯ୍ୟୟ ପରିଚାଳନା କମିଟି ଦ୍ୱାରା ଘୋଷଣା କରାଯାଇଥିବା ଏହି ନୂତନ ପ୍ରୋଟୋକଲ ଏବଂ ପଦକ୍ଷେପକୁ ସ୍ୱାଗତ କରୁଛି।

Leave A Reply

Your email address will not be published.