Latest Odisha News

BREAKING NEWS

ପଞ୍ଚଭୂତରେ ବିଲୀନ ହେଲେ ତପୁ ମଶ୍ର, ସ୍ୱାମୀ ଦେଲେ ମୁଖାଗ୍ନି

ଭୁବନେଶ୍ୱର: ଫେରାର ରାଇଜକୁ ଚାଲି ଯାଇଛନ୍ତି ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର । ଆଜି ପଞ୍ଚଭୂତରେ ବିଲୀନ ହୋଇଛି ପାର୍ଥିବ ଶରୀର । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କ ହିନ୍ଦୁ ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱାମୀ ଦୀପକ ପୂଜାରୀ ମୁଖାଗ୍ନୀ ଦେଇଥିଲେ । ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ, ଉଷଶ୍ରୀ ମିଶ୍ରଙ୍କ ସମେତ ବହୁ ଓଲିଉଡ ଅଭିନେତା ଓ ଅଭିନେତ୍ରୀ ତପୁ ମିଶ୍ରଙ୍କ ଶେଷ ଦର୍ଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ତପୁ ମିଶ୍ର । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା । ପାର୍ଥିବ ଶରୀରକୁ ପ୍ରଥମେ ତାଙ୍କ ବାସଭବନକୁ ଅଣାଯାଇଥିଲା । ପରିବାର ଲୋକ ଓ ସମ୍ପର୍କୀୟ ଶେଷ ଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।

ମେ ୨୦ ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ ତପୁ ମିଶ୍ର । ପରେ ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ କିଛି ଦିନ ପରେ ପୁଣି ଥରେ ବିଗିଡିଥିଲା ସ୍ୱାସ୍ଥ୍ୟାବସ୍ଥା । ଅକ୍ସିଜେନ୍ ସ୍ତର କମିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପାଖାପାଖି ମାସେ ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଗଲେ ତପୁ ।

କିଛି ବାଟ ଚାଲି ପୁଣି ଫେରିଯିବେ ବୋଲି ଭାବିଥିଲେ । ହେଲେ ସଞ୍ଜ ନଇଁ ଯିବ ଜାଣି ନଥିଲେ । ଚକୋଲେଟ୍ ଫିଲ୍ମର ଏହି ଗୀତକୁ ଗାଇଥିଲେ ତପୁ । ତାଙ୍କ ବାସ୍ତବ ଜୀବନରେ ସେୟା ଘଟିଲା । ଅଳ୍ପ ବୟସରେ ଅସ୍ତମିତ ଗଲେ ତପୁ ମିଶ୍ର ।

Leave A Reply

Your email address will not be published.