Latest Odisha News

BREAKING NEWS

ସ୍ପୋର୍ଟସ୍ ଜୋତା ପିନ୍ଧିଥିବାରୁ ଚାଲିଗଲା ଜବ୍ , କୋର୍ଟରେ କେସ୍ କରି ପାଇଲେ ୩୨ଲକ୍ଷ କ୍ଷତିପୂରଣ

ନୂଆଦିଲ୍ଲୀ: ଯଦି ଜଣେ ସ୍ପୋର୍ଟସ୍ ଜୋତା ପିନ୍ଧିଥିବାରୁ ଜବ୍ ରୁ ବହାର କରିଦିଆଯାଏ ସେହି ବ୍ୟକ୍ତିକୁ , ତେବେ ଏହା ବହୁତ ଅଜବ କଥା ଲାଗିବ ନା ଆପଣଙ୍କୁ । ହଁ ଆଜ୍ଞା ସମାନ ଘଟଣା ବ୍ରିଟେନରୁ ଆସିଛି। ଯେଉଁଠାରେ ଜଣେ ଝିଅ କେବଳ ସ୍ପୋର୍ଟସ୍ ଜୋତା ପିନ୍ଧିଥିବାରୁ ତାଙ୍କୁ ଚାକିରୀରୁ ବିଦା କରିଦେଇଛି କମ୍ପାନୀ ।

ଏଲିଜାବୋଥ୍ ବେନାସୀ ନାମକ ୨୦ବର୍ଷ ବୟସର ଝିଅଟି ସ୍ପୋର୍ଟସ୍ ଜୋତା ପିନ୍ଧି ୟୁକେରେ ଥିବା ଅଫିସ୍ କୁ ଯାଇଥିଲେ । ମାତ୍ର ଏହି ଜୋତା କାରଣରୁ ଚାକିରୀରୁ ତାଙ୍କୁ ବାହାର କରାଯାଇଥିଲା । ତେବେ ଏହି ମାମଲା ଯେତେବେଳେ କୋର୍ଟରେ ପହଞ୍ଚିଲା କୋର୍ଟର ରାୟ ବେନାସୀ ସପକ୍ଷରେ ରହିଲା ଓ କମ୍ପାନୀ ତାଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତିପୂରଣ ଦେବାକୁ ପଡିଛି ।

ଏଲିଜାବୋଥ୍ ବେନାସୀଙ୍କ କହିବା ଅନୁସାରେ, ଜୋତାକୁ ନେଇ ତାଙ୍କ ସହ ଅନ୍ୟାୟ କରାଯାଇଛି ।

ୟୁକେ ସର୍ଭିସରେ କାର୍ଯ୍ୟ କରୁଥିବା ପୂର୍ବତନ କର୍ମଚାରୀ କହିଛନ୍ତି ଯେ, ତାଙ୍କ ସହକର୍ମୀମାନେ ମଧ୍ୟ ତାଙ୍କ ପରି ଜୋତା ପିନ୍ଧୁଥିଲେ। କିନ୍ତୁ କେବଳ ତାଙ୍କୁ ଟାର୍ଗେଟ୍ କରାଯାଇଛି।

ସେ କମ୍ପାନୀରେ ସବୁଠାରୁ କମ୍ ବୟସ୍କା କର୍ମଚାରୀ ଥିଲେ ।

ବେନାସୀ କୋର୍ଟରେ କହିଥିଲେ ଯେ, ତାଙ୍କୁ କୌଣସି ଡ୍ରେସ୍ କୋଡ୍ ବିଷୟରେ ଜଣା ନଥିଲା । ହଇରାଣ କରିବା ପାଇଁ କମ୍ପାନୀରୁ ବାହାର କରିବାର ର ଏକମାତ୍ର ଉଦ୍ଦେଶ୍ୟ ଥିଲା । ସାଉଥ ଲଣ୍ଡନ ଟ୍ରିବ୍ୟୁନାଲ ବେନାସୀଙ୍କ ପକ୍ଷ ରଖି କହିଛନ୍ତି ଯେ, କମ୍ପାନୀ ‘ଭୁଲ୍ ଖୋଜିବାର ଇଚ୍ଛା’ ରଖି ତାଙ୍କୁ ବାହାର କିରିଛି ।

କୋର୍ଟ ରାୟ ପରେ; ଭାରତୀୟ ମୁଦ୍ରାରେ ପ୍ରାୟ ୩୨ଲକ୍ଷ ଟଙ୍କାର କ୍ଷତିପୂରଣ ଟଙ୍କା କମ୍ପାନୀ ଏଲିଜାବୋଥ୍ ବେନାସୀଙ୍କୁ ଦେଇଛି ।

Comments are closed.