Latest Odisha News

କର୍ମଚାରୀଙ୍କ ପ୍ରତି କମ୍ପାନୀର ଲୋଭନୀୟ ଅଫର, ମାସକରେ ୫୦କିମି ଦୌଡିଲେ ପାଇବ ଅତିରିକ୍ତ ଦରମା

ବେଜିଂ: ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ଏକ ଖବର ବେଶ ଚର୍ଚ୍ଚା ସାଁଉଟିଛି । କର୍ମଚାରୀଙ୍କୁ ଫିଟ ରଖିବା ପାଇଁ ଏଠାକାର କେତେକ କମ୍ପାନୀ ଲୋଭନୀୟ ଅଫର ରଖିଛନ୍ତି । ଯଦି ଜଣେ କର୍ମଚାରୀ ମାସକୁ ୫୦ କିମି ଦୌଡିବ ତେବେ ଏକ ମାସର ଅତିରିକ୍ତ ଦରମା ପାଇବେ । ସେହିପରି ୪୦ କିମି ପ୍ରତି ୬୦ ପ୍ରତିଶତ, ୩୦ କିମି ପ୍ରତି ୩୦ ପ୍ରତିଶତ ଅତିରିକ୍ତ ଦରମା ଦିଆଯିବ । ଅନେକ ଦେଶର କମ୍ପାନୀ ସେମାନଙ୍କ କର୍ମଚାରୀଙ୍କ ନିକଟରୁ ଅଧିକରୁ ଅଧିକ କାମ ଚାହିଁଥାନ୍ତି । ମାତ୍ର ଏ କ୍ଷେତ୍ରରେ ଭିନ୍ନ ସମୀକରଣ ଦେଖବାକୁ ମିଳିଛି । କର୍ମଚାରୀମାନେ ଯେପରି ଉପଯୁକ୍ତ ପ୍ରମାଣ ଦେବେ ସେଥିପାଇଁ କମ୍ପାନୀ ପକ୍ଷରୁ ଏକ ସ୍ୱତନ୍ତ୍ର ଆପ ସେମାନଙ୍କ ମୋବାଇଲରେ ଡାଉନଲୋଡ କରାଯାଇଛି ।

କର୍ମଚାରୀ ସୁସ୍ଥ ରହିଲେ ସେମାନେ ମନ ଦେଇ କାମ କରିବେ । ଏହାର ଫାଇଦା ନିଶ୍ଚିତ ଭାବେ କମ୍ପାନୀକୁ ମିଳିବ । ଅନ୍ୟ ଅର୍ଥରେ ଲୋଭନୀୟ ଅଫର ସେମାନଙ୍କୁ ସୁସ୍ଥ କରିବ ବୋଲି ଏକ କମ୍ପାନୀର ମାଲିକ ଲିନ ଝିୟୋଙ୍ଗ କହିଛନ୍ତି । ଏହି ଅଫରରେ କର୍ମଚାରୀମାନେ ମଧ୍ୟ ଆକୃଷ୍ଟ ହୋଇଛନ୍ତି । ସେମାନେ ଅଧିକରୁ ଅଧିକ କିଲୋମିଟର ଦୌଡି ବସଙ୍କ ପାଖକୁ ପଠାଉଛନ୍ତି ।

Comments are closed.