Latest Odisha News

BREAKING NEWS

ଆଇଆରବି ପାଇଁ ୬୬୩ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଆହୁରି୧୩୨ଟି ପଦବୀ ଆଉଟ ସୋର୍ସିଂ ଜରିଆରେ ପୂରଣ ହେବ

ଭୁବନେଶ୍ୱର : ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଥିବା ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଏହି ନିଷ୍ପତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି। ଏହି ନୂତନ ପଦବୀଗୁଡ଼ିକ ହେଲା ଡେପୁଟି କମାଣ୍ଡଣ୍ଟ-୧, ହାବିଲଦାର ମେଜର-୧୮, ହାବିଲଦାର-୨୩, କନଷ୍ଟେବଲ-୧୫୪, ଇନ୍ସପେକ୍ଟର-୧, ସବଇନ୍ସପେକ୍ଟର-୨, ହାବିଲଦାର-୪, କନଷ୍ଟେବଲ-୧୩, ହେଡକ୍ଲର୍କ-୧, ମେଡ଼ିକାଲ ଅଫିସର-୧, ଫାର୍ମାସିଷ୍ଟ-୨ ଓ ଷ୍ଟାଫ ନର୍ସ-୧।

ଏହିପରି ପ୍ରତ୍ୟେକ ବାଟାଲିଅନରେ୨୨୧ ଜଣ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହେବେ। ଏହା ସହିତ ପ୍ରତ୍ୟେକ ବାଟାଲିଅନରେ ବିଭିନ୍ନ ସହାୟକ କାର୍ଯ୍ୟ ପାଇଁ ୪୪ଟି ପଦବୀ ସୃଷ୍ଟି କରାଯାଇଛି, ଯାହାକି ଆଉଟସୋର୍ସିଂ ଜରିଆରେ ପୂରଣ କରାଯିବ। ୩ଟି ବାଟାଲିଅନ ପାଇଁ ଆହୁରି ୧୩୨ଟି ଆଉଟ ସୋର୍ସିଂ ଜରିଆରେ ପଦବୀ ସୃଷ୍ଟି କରାଯାଇଛି। ଏହା ଦ୍ୱାରା କିଛି ମାତ୍ରାରେ ଚାକିରୀ ଆଶାୟୀଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।

Leave A Reply

Your email address will not be published.