ଭୁବନେଶ୍ୱର: ଆଉ ଲାଞ୍ଚ ନେବେ ନାହିଁ ସରକାରୀ କର୍ମଚାରୀ । କୌଣସି କାର୍ଯ୍ୟ କରିବା ସମୟରେ ଲାଞ୍ଚ ନନେବା ପାଇଁ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି ସରକାରୀ କର୍ମଚାରୀ । ଲୋକସେବା ଭବନର ସବୁ ବିଭାଗର ସମସ୍ତ ସଚିବଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି ଛିଡା ହୋଇ ଏକାସାଙ୍ଗରେ ଏହି ଶପଥ ଗ୍ରହଣ କରିଛନ୍ତି ।
ଆଜିଠାରୁ ଭିଜିଲାନ୍ସ ସପ୍ତାହ ପାଳନ ହେଉଛି ।ଏହି ଅବସରରେ ଦୁର୍ନୀତିମୁକ୍ତ ଓ ସ୍ବଚ୍ଛ ଶାସନ ପାଇଁ ସଚିବଙ୍କ ସମେତ ଅଧିକାରୀ ଓ କର୍ମଚାରୀଙ୍କ ଶପଥ ପାଠ କରିଛନ୍ତି ।
Principal Secretary along with Directors and Officials of Dept. of PR&DW took a pledge to follow probity in personal and professional life and made a commitment to support the fight against corruption as the Government starts observance of the Vigilance Awareness Week from today. pic.twitter.com/YObJiy4GwZ
— PANCHAYATI RAJ Dept (@PRDeptOdisha) October 28, 2019
ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧରେ କଢ଼ା ଆଭିମୁଖ୍ୟ ଗ୍ରହଣ କରିବା ନେଇ ସ୍ପଷ୍ଟ କରିବା ପରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ତେବେ ଆଜିର ଏହି ଶପଥ ଗ୍ରହଣ ସମାରୋହରେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଯେଭଳି ଦୁର୍ନୀତିର ଛିଟା ନ ଲାଗେ ସେଥି ପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି | ନିଜର କାର୍ଯ୍ୟକୁ ନିଷ୍ଠା ଓ ସାଧୁତାର ସହ ସମ୍ପାଦନ କରିବା ସହ ଲୋକଙ୍କର ହିତ ପାଇଁ କାର୍ଯ୍ୟ କରିବାକୁ ଆଜି ଶପଥ ନେଇଛନ୍ତି ସରକାରୀ କର୍ମଚାରୀ ଗଣ ।
ସୂଚନାଯୋଗ୍ୟ ଯେଗ୍ୟ ଯେ, ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ମହାରାଷ୍ଟ୍ର ପରେ ଦୁର୍ନୀତି କ୍ଷେତ୍ରରେ ଓଡିଶା ଦ୍ବିତୀୟ ସ୍ଥାନରେ ରହିଛି ।
Comments are closed.