ଭୁବନେଶ୍ୱର: ଏସିଆଟିକ୍ ସୋସାଇଟି ଫର୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ୱିମେନ୍ସ ଷ୍ଟଡିଜ୍ ଓ ଇତିହାସ ବିଭାଗ ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ; ଅତୀତ ଓ ବର୍ତ୍ତମାନ ଶୀର୍ଷକରେ ୩ ଦିନିଆ ଆଲୋଚନାଚକ୍ର ଆୟୋଜିତ ହୋଇ ଯାଇଛି ।
ଆଲୋଚନାଚକ୍ରରେ ବିଭିନ୍ନ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନର ବ୍ୟକ୍ତିବିଶେଷ ଭାଗ ନେଇ ମତ ରଖିଥିଲେ । ମହିଳା ସଶକ୍ତିକରଣ ଉପରେ ଭିନ୍ନ ଭିନ୍ନ ଥିମ ଉପରେ ତିନୋଟି ଭିନ୍ନ ବୈଷୟିକ ସମାନ୍ତରାଳ ଅଧିବେଶନରେ ଗବେଷଣାଭିତ୍ତିକ ସନ୍ଦର୍ଭ ଉପସ୍ଥାପନ କରାଯାଇଥିଲା ।
Comments are closed.