Latest Odisha News

BREAKING NEWS

ଭାଷଣ ଦେଉଥିଲେ ନେତାନ୍ୟାହୁ, ଉଠି ପଳାଇଲେ ସଦସ୍ୟ ରାଷ୍ଟ୍ର…

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ଜାତିସଂଘ ସାଧାରଣ ସଭାରେ ଭାଷଣ ଦେଇଥିଲେ। ଏଥିସହିତ ପାଲେଷ୍ଟାଇନୀ ଗୋଷ୍ଠୀ ହମାସକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଇସ୍ରାଏଲ ର ମୂଳ ଲକ୍ଷ୍ୟ ବୋଲି କହିଥିଲେ।

ଏଥିସହିତ ସେ ଇରାନ ଏବଂ ୟେମେନର ହାଉଥି ବିଦ୍ରୋହୀଙ୍କ ବିରୁଦ୍ଧରେ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ଗାଜା ଯୁଦ୍ଧ ଯୋଗୁଁ ସେ ସଭାରେ ବିରୋଧର ସମ୍ମୁଖୀନ ହୋଇଥିଲେ। ତେବେ ବେଞ୍ଜାମିନ ଭାଷଣ ଦେବା ପାଇଁ ମଞ୍ଚ ଉପରକୁ ଯିବା ମାତ୍ରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା ଓ  ଅଧିକାଂଶ ସଦସ୍ୟ ବାହାରକୁ ଚାଲିଯାଇଥିଲେ। ଅଧିକାଂଶ କୂଟନୀତିଜ୍ଞ ଏବଂ ଅଧିକାରୀ ସଭାରୁ ଚାଲିଯିବା ପରେ ସେ ପ୍ରାୟ ଖାଲି ହଲ୍‌ରେ ଭାଷଣ ଦେଇଥିଲେ। ଏସବୁ ସତ୍ତ୍ୱେ ମଧ୍ୟ  ଆମେରିକା ଏବଂ ଅନ୍ୟ କିଛି ଦେଶର ପ୍ରତିନିଧି ଦଳ ନେତାନ୍ୟାହୁଙ୍କ ଭାଷଣ ଶୁଣିଥିଲେ।

ତେବେ ଇସ୍ରାଏଲ କିପରି ହମାସର ଅତ୍ୟାଚାରର ଶିକାର ହେଉଛି ତାହା ଦର୍ଶାଇବା ପାଇଁ ବେଞ୍ଜାମିନ ଏକ ମାନଚିତ୍ର ଦେଖାଇଥିଲେ। ସେ ଏହି ମାନଚିତ୍ରକୁ ଏକ ‘ଅଭିଶାପ’ ବୋଲି ମଧ୍ୟ କହିଥିଲେ। ଏଥିସହିତ ସେ ଇରାନ, ହାଉଥି ଏବଂ ବିଶେଷକରି ହମାସକୁ ଟାର୍ଗେଟ କରିଥିଲେ ଓ ପାଲେଷ୍ଟାଇନକୁ ମାନ୍ୟତା ଦେଉଥିବା ଦେଶଗୁଡ଼ିକୁ କଡ଼ା ସମାଲୋଚନା କରିଥିଲେ। ଏହାବ୍ୟତୀତ ସେ ଇସ୍ରାଏଲର ସହଯୋଗୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଶଂସା କରିଥିଲେ।

ତେବେ କିଛି ଦିନ ତଳେ ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ, ବ୍ରିଟେନ ଏବଂ ଅନ୍ୟାନ୍ୟ ଦେଶ ପାଲେଷ୍ଟାଇନକୁ ଏକ ରାଷ୍ଟ୍ର ଭାବରେ ମାନ୍ୟତା ଦେଇଛନ୍ତି। ଯାହାକୁ ବେଞ୍ଜାମିନ ଏକ ପାଗଳାମି ବୋଲି କହିଥିଲେ।

 

Comments are closed.