Latest Odisha News

‘ଡନ୍ ୩’ ମୁହଁ ଖୋଲିଲେ ଇମରାନ: ହେବେନି ଖଳନାୟକ

ନୂଆଦିଲ୍ଲୀ: ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡନ୍ ୩’ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛି । ଫରହାନ୍ ଅଖତର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ରଣବୀର ସିଂଙ୍କୁ  ନୂଆ ଡନ୍ ଭାବରେ ଦେଖିବାକୁ ମିଳିବ । ଏଥିସହ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ମଧ୍ୟ  ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି । କିଆରା ଏହି ଫିଲ୍ମରେ ଅଭିନୟ କରିବା ଜଣାପଡ଼ିଲା ପରେ ଅଭିନେତା ଇମରାନ ହାଶମୀଙ୍କୁ ‘ଡନ୍ ୩’ରେ  ଖଳନାୟକ ଭାବେ ଦେଖିବାକୁ ମିଳିବ ବୋଲି ଗୁଜବ ହେଉଥିଲା । ହେଲେ ନିକଟରେ ଏହି ଗୁଜବକୁ ଥଣ୍ଡା କରିଛନ୍ତି ଇମରାନ୍ ହାଶମୀ। ‘ଡନ୍ ୩’ ପାଇଁ କୌଣସି ଅଫର୍ ମିଳି ନଥିବା ନେଇ ସ୍ପଷ୍ଟ କରିଛନ୍ତି ।

ପ୍ରଶଂସକ ଓ ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତର ଇମରାନ୍ ହାଶମୀ ଇନଷ୍ଟ୍ରାଗ୍ରାମରେ ଦେଇଛନ୍ତି ।  ସେ ଲେଖିଛନ୍ତି,‘ଡନ୍ ୩’ ଅଫର୍ ପାଇ ନଥିଲି’ । ଇମରାନ ହାଶମୀଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକ ନିରାଶ ହୋଇଛନ୍ତି ।

ଇମରାନ ହାଶମୀଙ୍କୁ ସଲମାନ୍ ଖାନଙ୍କ ଫିଲ୍ମ ‘ଟାଇଗର’ରେ ଖଳନାୟକ ଚରିତ୍ରରେ ଦେଖିବାକୁ ମିଳିଥିଲା । ଏବେ ସେ ଏକ ୱେବ ସିରିଜ୍  ‘ଶୋ ଟାଇମ୍’ ନଜର ଆସିବେ । ଏହି ୱେବ ସିରିଜ୍  ରେ ଇମରାନ୍ ହାଶମୀଙ୍କ ସହ ମୋନୀ ରୟ, ଶ୍ରୀୟା ସରଣ, ନାସିରୁଦ୍ଦିନ୍ ଶାହା, ମହିମା ମାକୱାନା ଏବଂ ରାଜୀବ ଖଣ୍ଡେଲୱାଲଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।  ଏହି ୱେବ ସିରିଜକୁ ନେଇ ଇମରାନ ହାଶମୀ ଚର୍ଚ୍ଚାରେ ରହିଛନ୍ତି ।

Comments are closed.