Latest Odisha News

ଫିଲ୍ମ ସୁଟିଂ ସମୟରେ କଟିଲା ଇମ୍ରାନ ହାସମିଙ୍କ ବେକ…

ହାଇଦ୍ରାବାଦ: ଫିଲ୍ମ ସୁଟିଂ ବେଳେ ଆହତ ହେଲେ କିସର ବଏ । ଆକ୍ସନ୍ ରେ ଭରପୁର ଥିବା ଫିଲ୍ମ ‘ଗୁଡାଚାରି ୨’ର ସୁଟିଂ ଚାଲିଥିବାବେଳେ ଇମରାନ ହାସମିଙ୍କ ବେକରେ ଗଭୀର ଆଘାତ ଲାଗିଛି । ଆଘାତ ସହିତ ତାଙ୍କର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କର ବେକ କଟିଯାଇଥିବା ବେଳେ ଏଥିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ତାଙ୍କର ଚିକିତ୍ସା କରାଯାଇଛି । ତାଙ୍କର ଡ୍ରେସିଂ ପରର ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଆପଣ ତାଙ୍କ ବେକରେ ଏକ ବ୍ୟାଣ୍ଡେଜ୍ ଦେଖିପାରିବେ ।

ତେବେ ଏହି ଫିଲ୍ମ ଟି ହାଇଦ୍ରାବାଦରେ ସୁଟିଂ ଚାଲିଛି । ଏହି ଫିଲ୍ମର ଏକ ଭୁମିକାରେ ଇମ୍ରାନ୍ ହାସମି ଅଭିନୟ କରିଛନ୍ତି । ଏହି ଆକ୍ସନ୍ ଦୃଶ୍ୟ ମଧ୍ୟରୁ ଗୋଟିଏ ସୁଟିଂ କରୁଥିବାବେଳେ ଅଭିନେତା ଏକ ଦୁର୍ଘଟଣାର ଶିକାର ହୋଇଥିଲେ ।

ଖବର ମୁତାବକ, ଇମ୍ରାନ ବର୍ତ୍ତମାନ ହାଇଦ୍ରାବାଦରେ ‘ଗୁଡାଚାରି ୨’ ଫିଲ୍ମର ସୁଟିଂ କରୁଛନ୍ତି । ଇମ୍ରାନ୍ ହାସମି ଏକ ଜମ୍ପିଂ ଦୃଶ୍ୟ ସୁଟିଂ କରୁଥିଲେ । ଏହି ସମୟରେ ତାଙ୍କ ବେକରେ ଆଘାତ ଲାଗିଥିଲା । ଏହି ଚଳଚ୍ଚିତ୍ରରେ ସାଉଥ ଅଭିନେତା ଆଦୀଭି ସେଶ ମଧ୍ୟ ଅଭିନୟ କରିଛନ୍ତି, ଯିଏ ‘ମେଜର’ ଚଳଚ୍ଚିତ୍ର ପାଇଁ ଅନେକ ପ୍ରଶଂସା ସାଉଁଟି ଥିଲେ । ଏହି ଚଳଚ୍ଚିତ୍ର ବିଷୟରେ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି, କିନ୍ତୁ ଏହି ଦୁର୍ଘଟଣା କୁ ନେଇ ପ୍ରଶଂସକ ବିବ୍ରତ ହୋଇପଡିଛନ୍ତି ।

ତେବେ ‘ଗୁଡାଚାରି ୨’ ହେଉଛି ଇମ୍ରାନ ହାସମିଙ୍କ ଦ୍ୱିତୀୟ ତେଲୁଗୁ ଚଳଚ୍ଚିତ୍ର । ଏହାପୂର୍ବରୁ ସେ ପୱନ କଲ୍ୟାଣଙ୍କ ସହ ‘ଓଜି’ କରିଥିଲେ । ଇମ୍ରାନ୍ ଙ୍କୁ ଶେଷ ଥର ପାଇଁ ‘ଏକ ଥା ଟାଇଗର’ରେ ଦେଖିବାକୁ ମିଳିଥିଲା । ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ସେ ଲିଡ୍ ଭିଲେନ ଭୂମିକାରେ ଅଭିନୟ କରିଥିଲେ ।

Leave A Reply

Your email address will not be published.