Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଆତଙ୍କବାଦୀମାନେ ହୋଲି ଅବସରରେ ଘାଟିରେ ଅଘଟଣ ଘଟାଇବାକୁ ଲକ୍ଷ୍ୟ ରଖିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ସୂଚନା ଅନୁସାରେ, ସ୍ଥାନୀୟ ରେବାନ ଖାଜରପୋରା ଅଂଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଆତଙ୍କବାଦୀଙ୍କୁ ଆତ୍ମ ସମର୍ପଣ ପାଇଁ ସେନା ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା । ତେବେ ସେମାନେ କଥା ନମାନି ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ କରିଥିଲେ । ଏହାର ଜବାବରେ ସୁରକ୍ଷକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା ।

Leave A Reply

Your email address will not be published.