ଅନୁଗୁଳ: ଅନୁଗୁଳରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଆହତ । ଏନକାଉଣ୍ଟର ସମୟରେ ଅପରାଧୀ କ୍ଷୀରୋଦ ନାୟକର ଡାହାଣ ଗୋଡ଼ରେ ବାଜିଛି ଗୁଳି । ଟାଉନ୍ ଥାନା ହନୁମାନ ବାଟିକା ନିକଟରେ ଏହି ଏନକାଉଣ୍ଟର ହୋଇଛି । ଆହତ କ୍ଷୀରୋଦକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
କ୍ଷୀରୋଦ ନାୟକକୁ ଧରିବା ପାଇଁ ବିଳମ୍ବିତ ରାତିରେ ଛେଣ୍ଡିପଦା ପୋଲିସ, ଅନୁଗୁଳ ଟାଉନ ପୋଲିସ ଏବଂ ସ୍ପେସିଆଲ ସ୍କ୍ୱାଡ୍ ମିଳିତ ଭାବେ ଚଢ଼ାଉ କରିଥିଲେ । ଏହି ସମୟରେ ପୋଲିସକୁ ଦେଖି ପ୍ରଥମେ ୩ ଗୋଟି ଗୁଳି ଚଳାଇଥିଲା କ୍ଷୀରୋଦ ନାୟକ । ଏହାର ପାଲଟା ଜବାବ ଦେଇଥିଲା ପୋଲିସ । କ୍ଷୀରୋଦ ଡାହାଣ ଗୋଡ଼ରେ ଗୁଳି ବାଜିଛି । ପୋଲିସ ଗୁରୁତର ଅବସ୍ଥାରେ କ୍ଷୀରୋଦକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଛି ।
ତେବେ ପୂର୍ବରୁ କ୍ଷୀରୋଦ ନାମରେ ୩୦ରୁ ଅଧିକ ମାମଲା ରହିଥିବା ସୂଚନା ରହିଛି । ତା ଘର ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ବୋଲି ଜଣାପଡିଛି ।
Comments are closed.