Latest Odisha News

BREAKING NEWS

ବିଜାପୁରରେ ସୁରକ୍ଷାବାହିନୀ-ମାଓବାଦୀ ମୁହାଁମୁହିଁ; ୨ ଯବାନ ଆହତ

ବିଜାପୁର: ଛତିଶଗଡ଼ ବସ୍ତର ଡିଭିଜନର ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ଜଣ ସୁରକ୍ଷାବାହିନୀ ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ରାୟପୁର ଏୟାରଲିଫ୍ଟ କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆହତ ଉଭୟ ଯବାନଙ୍କ ଅବସ୍ଥା ସ୍ଥିର ରହିଛି ସେମାନେ ବିପଦମୁକ୍ତ ଅଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଆହତ ସୈନିକଙ୍କୁ ଉତ୍ତମ ଚିକିତ୍ସା ପାଇଁ ରାୟପୁର ପଠାଯାଇଥିବା ନେଇ ବିଜାପୁର ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ବିଜାପୁରରେ ମାଓ ଅପରେସନ ବିଜାପୁର ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଅଗଷ୍ଟ ୧୧ ତାରିଖରେ ଡିଆରଜି ଟିମ୍ ଗଙ୍ଗାଲୁର ଅଞ୍ଚଳରେ ମାଓ ବିରୋଧୀ ଅପରେସନରେ ଯାଇଥିଲା । ସର୍ଚ୍ଚ ଅପରେସନ ସମୟରେ ମାଓମାନେ ଯବାନଙ୍କ ଉପରେ ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ଜବାବରେ ଡିଆରଜି ଯବାନମାନେ ଗୁଳିଚାଳନା କରୁଛନ୍ତି ।

ଏହି ଏନକାଉଣ୍ଟରରେ ଅନେକ ମାଓବାଦୀ ଆହତ ହେବାର ସମ୍ଭାବନା ରହିଛି । ପୋଲିସ ଅଧିକାରୀ କହିଛନ୍ତି ଯେ ଅପରେସନ ସମାପ୍ତ ହେବା ପରେ ବାକି ସୂଚନା ଦିଆଯିବ ।

Comments are closed.