ସମ୍ବଲପୁର: ସମ୍ବଲପୁରରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନ୍କାଉଣ୍ଟର । ରଙ୍ଗିଆଟିକ୍ରାରେ ଅପରାଧୀ ସୀତାରାମ ଷଡ଼ଙ୍ଗୀକୁ ଏନକାଉଣ୍ଟର କରିଛି ପୋଲିସ । ସୀତାରାମର ବାମ ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ।
ତେବେ ସୀତାରାମ ନାଁରେ ୨୫ରୁ ଊର୍ଦ୍ଧ୍ବ ମାମଲା ରହିଛି ବୋଲି ଜଣାପଡିଛି । ବିଭିନ୍ନ ଥାନାରେ ଡକାୟତି, ଲୁଟ୍ ଓ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି । ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ସୀତାରାମ ଷଡ଼ଙ୍ଗୀ । ସୀତାରାମ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ୧ ଲକ୍ଷ ଟଙ୍କା ଜବତ କରିଛି ପୋଲିସ ।
ସୀତାରାମକୁ ବହୁଦିନ ଦରି ପୋଲିସ ଖୋଜୁଥିବାବେଳେ ଆଜି ତାକୁ ଗିରଫ ପାଇଁ ଯାଇଥିଲା । ହେଲେ ପୋଲିସକୁ ଦେଖି ସୀତାରାମ ଗୁଳି ଚଳାଇଥିବାବେଳେ, ଏହାର ପାଲଟା ଜବାବରେ ପୋଲିସ ଏନକାଉଣ୍ଟର କରିଥିଲା । ଯେଉଁଥିରେ ସେ ଗୁରୁତର ହୋଇ ଚିକିତ୍ସିତ ହେଉଛି ।
Comments are closed.