Latest Odisha News

BREAKING NEWS

Encounter In Rourkela: ୩ ଦୁର୍ଦ୍ଦାନ୍ତଙ୍କୁ ଏନ୍‌କାଉଣ୍ଟର;କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳ ଡକାୟତି ଘଟଣାରେ…

ରାଉରକେଲା:ପୋଲିସର ଏନକାଉଣ୍ଟରରେ ୩ ଅଭିଯୁକ୍ତ ଆହତ । ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଲହୁଣୀପଡ଼ା ଓ ଲାଠିକଟା ନିକଟରେ ୩ ଅପରାଧୀଙ୍କୁ ଏନ୍‌କାଉଣ୍ଟର ହୋଇଥିବା ସୂଚନା ରହିଛି । କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳ ଡକାୟତି ଘଟଣାରେ ସଂପୃକ୍ତି ରହିଥିବା ସୂଚନା ରହିଛି ।

ଡକାୟତମାନଙ୍କୁ ଧରିବାକୁ ପୋଲସ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ପୋଲିସ ମଧ୍ୟ ପାଲଟା ଗୁଳିମାଡ କରିଥିଲା । ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଗିରଫ ହୋଇଛନ୍ତି । ୩ଟି ପିସ୍ତଲ୍ ଓ ଗୋଟିଏ ବାଇକ୍ ଜବତ ହୋଇଛି ।

 

 

Comments are closed.