Latest Odisha News

BREAKING NEWS

ଏନକାଉଣ୍ଟରରେ ୫ ହାର୍ଡକୋର ମାଓବାଦୀ ନିପାତ

ମାଲକାନଗିରି:ସୀମାନ୍ତ ଛତିଶଗଡ଼ର ବିଜାପୁର ଏବଂ ଦନ୍ତେବାଡ଼ା ସୀମାନ୍ତରେ ପୁଣି ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ସୂଚନାନୁସାରେ, ଆଜି ସକାଳ ପ୍ରାୟ ୮ଟାବେଳେ ମାଓବାଦୀ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ଦୃଢ ପାଲଟା ଜବାବ ଦେଇଛନ୍ତି। ଯବାନଙ୍କ ଗୁଳିରେ ୫ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଘଟଣାସ୍ଥଳରେ ତିନି ଜଣଙ୍କ ଶବ ଜବତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଦାନ୍ତେଓ୍ୱାଡ଼ା ଏସ୍‌ପି ଗୌରବ ରାୟ ଏହି ସୂଚନା ଦେଇଛନ୍ତି ।

ସାଥୀ ନିହତ ହେବା ଦେଖି ମାଓବାଦୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.