Latest Odisha News

ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଜଣେ ଆତଙ୍କବାଦୀ । ଆଜି ଭୋରୁ ଦକ୍ଷିଣ କାଶ୍ମୀରର ପୁଲୱାମାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି । ଯେଉଁଥିରେ ଜଣେ ଆତଙ୍କୀ ସଫା ହୋଇଥିବାବେଳେ, ଆଉ ଜଣକୁ ସୁରକ୍ଷାକର୍ମୀମାନେ କବଜା କରିନେଇଛନ୍ତି ।

ସୂଚନା ଅନୁଯାୟୀ, ପୁଲୱାମାର ଅର୍ଶିପୋରା ଅଞ୍ଚଳରେ ୨ ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ଆଜି ଭୋରରୁ ସେନାର ୫୫ ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ୍ ଏବଂ ପୋଲିସର ମିଳିତ ସହଯୋଗରେ ସମଗ୍ର ଅଞ୍ଚଳରେ ନାକାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ପ୍ରଥମେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିମାଡ ପରେ ସୁରକ୍ଷାବଳ ଏହାର ପାଲଟା ଜବାବ ଦେଇଥିଲେ ।

ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ, ସେହିପରି ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀ ଘେରିଥିବା ଜଣାପଡିଛି । ଏବେ ବି ସେହି ସ୍ଥାନରେ ଏନକାଉଣ୍ଟର ଜାରି ରହିଛି । ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲୁ ରହିଛି ।

Comments are closed.