Latest Odisha News

ଜମ୍ମୁ-କଶ୍ମୀର ଡୋଡାରେ ପୁଣି ଗୁଳି ବିନିମୟ, ଧରାପଡିଲା ଜଣେ ଆତଙ୍କବାଦୀ

ଶ୍ରୀନଗର: ବୁଧବାର ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ପୁଣି ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏହି ଗୁଳି ବିନିମୟରେ ଅତି କମରେ ଜଣେ ଆତଙ୍କବାଦୀ ଆହତ ହୋଇଥିବା ଜାଣିବାକୁ ମିଳିଛି। ଏହି ଆତଙ୍କବାଦୀକୁ ଧରି ରଖାଯାଇଛି।

ଡୋଡା ଜିଲ୍ଲାଠାରୁ ପ୍ରାୟ ୯୧ କିଲୋମିଟର ଦୂରରେ ଅବସ୍ଥିତ ଆସାରରେ ଏହି ଗୁଳି ବିନିମୟ ହୋଇଛି। ସୁରକ୍ଷା କର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଏକ ଏମ୍‌-୪ ରାଇଫଲ ଏବଂ ତିନୋଟି ବ୍ୟାଗ ମଧ୍ୟ ଉଦ୍ଧାର କରିଥିଲେ। ସର୍ଚ୍ଚ ଅପରେସନ ବେଳେ ଆସାରର ଏକ ନଦୀ କୂଳରେ ଆତଙ୍କବାଦୀଙ୍କୁ ଧରି ରଖାଯାଇଛି।

ନିର୍ଦ୍ଦିଷ୍ଟ ଗୁପ୍ତଚର ଇନପୁଟ ଉପରେ ଆଧାର କରି ପାଟନିଟୋପ ନିକଟ ଆକର ଜଙ୍ଗଲରେ ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସ୍‌ ଦ୍ବାରା ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଅପରେସନ‌ ବେଳେ ଆତଙ୍କବାଦୀମାନଙ୍କୁ ସେମାନେ ପାଇବା ସହ ଅପରେସନ ଏବେ ପର୍ଯ୍ୟନ୍ତ ବି ଜାରି ରଖିଛନ୍ତି।

Comments are closed.