Latest Odisha News

BREAKING NEWS

ସିଡି ଭାଙ୍ଗିଦେଲା ପ୍ରଶାସନ, ଜେସିବିରେ ଓହ୍ଲାଇଲେ କର୍ମଚାରୀ ଓ ଗ୍ରାହକ

ପାଟଣା: ବିହାରର ବକ୍ସରରେ ଏଭଳି ଏକ ଘଟଣା ଘଟିଛି। ଯାହାର  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଲ୍ଡିଂର ପ୍ରଥମ ମହଲାରେ ଥିବା ବ୍ୟାଙ୍କକୁ ଯାଇଥିଲେ ଗ୍ରାହକ ଏବଂ କର୍ମଚାରୀମାନେ। ହେଲେ କାମ ସାରି ବାହାରିଲା ବେଳକୁ ତଳକୁ ଯିବା ପାଇଁ ଥିବା ସିଡି ଅଚାନକ ଭାଙ୍ଗି ଯାଇଥିଲା। ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଲୋକମାନେ। ଏପରିକି ତଳକୁ କିପରି ଓହ୍ଲାଇବେ ତାକୁ ନେଇ ଚିନ୍ତାରେ ପଡିଯାଇଥିଲେ।

ତେବେ ଏହି ଘଟଣାଟି ବକ୍ସରର  ସିମରି ବ୍ଲକର ନିଆଜିପୁର ବଜାରର ଅଟେ। ସରକାରୀ ଜମିରେ ହୋଇଥିବା ଜବରଦଖଲକୁ  ହଟାଇବା ପାଇଁ ଏଠାକାର ପ୍ରଶାସନ ବୁଲଡୋଜର ଦ୍ୱାରା ବେଆଇନ ଜାଗା ଗୁଡିକୁ ଭାଙ୍ଗୁଥିଲେ। ଏଠାରେ ଥିବା ବିଲ୍ଡିଂର ସିଡ଼ି ମଧ୍ୟ ଭାଙ୍ଗି ଦିଆଯାଇଥିଲା। ହେଲେ ପ୍ରଥମ ମହଲାରେ ଥିବା ଲୋକମାନେ କିପରି ଓହ୍ଲାଇବେ ସେ ବିଷୟରେ କେହିବି ଚିନ୍ତା କରିନଥିଲେ।

ସୂଚନା ଅନୁଯାୟୀ, ଏହି ବିଲ୍ଡିଂର ପ୍ରଥମ ମହଲାରେ ଗ୍ରାମୀଣ ବ୍ୟାଙ୍କ ରହିଥିଲା। ତେବେ ସିଡି ଭାଙ୍ଗିବା ପରେ ଲୋକମାନେ ଏବଂ ବ୍ୟାଙ୍କ କର୍ମଚାରୀମାନେ ସେଠାରେ ହିଁ ଅଟକି ରହିଯାଇଥିଲେ। ଏହା ପରେ ବ୍ୟାଙ୍କ ତୁରନ୍ତ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲା। ଯାହାପରେ ଜେସିବି ଦ୍ବାରା ଫସି ରହିଥିବା ଗ୍ରାହକଙ୍କୁ ଅଣାଯାଇଥିଲା। ଅପରପକ୍ଷରେ କର୍ମଚାରୀମାନେ ସନ୍ଧ୍ୟାରେ ଏକ ଅସ୍ଥାୟୀ ସିଡ଼ି ଦ୍ୱାରା ତଳକୁ ଓହ୍ଲାଇଥିବା ଜଣାପଡିଛି।

 

Comments are closed.