Latest Odisha News

BREAKING NEWS

ବିଦ୍ୟୁତ ଦର ନିଷ୍ପତ୍ତି OERCର: ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଚାରିଆଡୁ ପ୍ରତିବାଦ ହେଉଛି । ଏହାରି ଭିତରେ ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ସେ କହିଛନ୍ତି, ବିଦ୍ୟୁତ ଦର ପ୍ରସଙ୍ଗରେ ଓଇଆର୍‌ସି ନିଷ୍ପତ୍ତି ନିଏ । ଦର ବୃଦ୍ଧି ନିଷ୍ପତ୍ତି ମଧ୍ୟ ତାର । ଗତ ୭ବର୍ଷ ଧରି ବଢ଼ିନଥିଲା ବିଦ୍ୟୁତ ଦର । ତେଣୁ OERCର ନିଷ୍ପତ୍ତିକୁ ଆମେ ଗ୍ରହଣ କରୁଛୁ ବୋଲି ସେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ଅକ୍ଟୋବର ମାସ ଠାରୁ ବିଦ୍ୟୁତ ୟୁନିଟ ପିଛା ୨୦ ପଇସା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି । ତେବେ ବିଦ୍ୟୁତ ଦର ୫୦ ୟୁନିଟ ପର୍ଯ୍ୟନ୍ତ ୨ଟଙ୍କା ୭୦ ପଇସାକୁ ବୃଦ୍ଧି ପାଇଥିବା ବେଳେ ୧୦୦ ୟୁନିଟ ପର୍ଯ୍ୟନ୍ତ ୩ଟଙ୍କା ୬୦ ପଇସା, ୨ଶହ ଯାଏଁ ୪ଟଙ୍କା ୫ ପଇସା ବୃଦ୍ଧି କରାଯାଇଛି । ସେହିପରି ୩ଶହ ୟୁନିଟ ଯାଏଁ ୪ଟଙ୍କା ୫୩ ପଇସା, ୪ଶହ ୟୁନିଟ ଯାଏଁ ୪ଟଙ୍କା ୭୮ ପଇସା ଓ ୫ଶହ ୟୁନିଟ ପର୍ଯ୍ୟନ୍ତ ୫ଟଙ୍କା ବୃଦ୍ଧି କରାଯାଇଛି ବୋଲି ଆୟୋଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.