Latest Odisha News

BREAKING NEWS

ଭୂମି ତଳେ ରହିଛି ସଂସାରର ସବୁଠୁ ସୁନ୍ଦର ଗାଁ

ଭୁବନେଶ୍ୱର: କୁହାଯାଏ ସହର ଠାରୁ ଗାଁର ସୁନ୍ଦରତା ଢେର ଅଧିକା । ସହର ମଣିଷକୃତ ହୋଇଥିବା ବେଳେ ଗାଁ ସମ୍ପୂର୍ଣ୍ଣ ପ୍ରାକୃତିକ ଅଟେ । ଗାଁର ପାହାଡ଼, ନଦୀ, ଝରଣା ସାଙ୍ଗକୁ ସବୁଜ ବନାନୀ ଏହାର ଶୋଭାକୁ ଦ୍ଵି ଗୁଣିତ କରି ଦିଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଗାଁ ସମ୍ପର୍କରେ କହିବୁ ଯାହା ସଂସାରର ସବୁଠୁ ସୁନ୍ଦର ଗାଁ। ଏହି ସୁନ୍ଦର ଗାଁର ନାମ ହେଉଛି ସୁପାଇ । ଏହା ଭୂମିର ୩୦୦୦ ଫୁଟ ତଳେ ରହିଛି ।ହଭାସୁ କ୍ୟାନିୟନ ନିକଟରେ ରହିଛି ଏହି ‘ସୁପାଇ’ ଗ୍ରାଁ । ଏହା ଏକ ପୁରାତନ ଗାଁ। ଏହି ଗାଁର ମୋଟ ଜନସଂଖ୍ୟା ହେଉଛି ୨୦୮ ।

କୁହାଯାଏ କି, ଏହି ଲୋକମାନେ ଭୂମି ଠାରୁ ୩୦୦୦ ଫୁଟ ତଳ ଅଣ୍ଡର ଗ୍ରାଉଣ୍ଡ କ୍ୟାନିୟନରେ ରୁହନ୍ତି । ସେଠାକୁ ଚିଠି ନେଇ ପୋଷ୍ଟମ୍ୟାନ ମାନେ ଯାଇଥାନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଏଠାକୁ ପହଞ୍ଚିବାକୁ ହେଲିକାପ୍ଟର କିମ୍ବା ଖଚରର ବ୍ୟବହାର କରିବାକୁ ପଡିଥାଏ । ଆପଣ ଚାହିଁଲେ ପାଦରେ ଚାଲି ଚାଲି ମଧ୍ୟ ସେଠାକୁ ଯାଇପାରିବେ।

୩୦୦୦ ଫୁଟ ତଳ ଏହି ଗାଁ ରେ ଏକ ଡାକଘର, ଲଜ୍, ପ୍ରାଥମିକ ବିଦ୍ୟାଳୟ ଓ ତେଜରାତି ଦାକାନ ରହିଛି । ସେଠାକାର ଲୋକ ସ୍ଥାନୀୟ ଭାଷାରେ କଥାବାର୍ତ୍ତା କରନ୍ତି ।

Leave A Reply

Your email address will not be published.