Latest Odisha News

BREAKING NEWS

ଖଣି ବ୍ୟବସାୟୀ ଜିତୁ ପଟ୍ଟନାୟକଙ୍କର ୧୩୩ କୋଟିର ଡିପୋଜିଟ୍ ସିଜ୍ କଲା ଇଡି

ଭୁବନେଶ୍ୱର: ଖଣି ବ୍ୟବସାୟୀ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ଡିପୋଜିଟ୍ ସିଜ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ଭିତରେ ରହିଛି ବ୍ୟାଙ୍କ ଜମା ଓ ଫିକ୍ସଡ ଡିପୋଜିଟ୍ । ଏଥିସହ ୬୯ ଲକ୍ଷ ଟଙ୍କାର ନଗଦ କ୍ୟାସକୁ ବି ସିଜ୍ କରିଛି । ୨୦ ଘଣ୍ଟାର ମାରାଥନ୍ ରେଡ୍ ପରେ ଏସବୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ବେଆଇନ୍ ଖଣି ଖନନରେ ମନିଂ ଲଣ୍ଡରିଂ (ଆର୍ଥିକ ଅନିୟମିତିତା) ମାମଲାରେ ଗତକାଲି ଜିତୁ ପଟ୍ଟନାୟକଙ୍କ ଘର ଓ ଅଫିସରେ ରେଡ୍ କରିଥିଲା ଇଡି ଟିମ୍ । ୪ଟି ସ୍ଥାନରେ ହୋଇଥିଲା ଚଢ଼ାଉ । ଯୋଡ଼ାରେ ଦୁଇଟି ଓ ଭୁବନେଶ୍ୱରରେ ଦୁଇଟି ସ୍ଥାନରେ ରେଡ୍ ହୋଇଥିଲା ।

ବିଭିନ୍ନ ବ୍ୟାଙ୍କରେ ଥିବା ଜିତୁ ପଟ୍ଟନାୟକଙ୍କ ଆକାଉଣ୍ଟକୁ ଯାଞ୍ଚ କରିଥିଲା ଇଡି । ଏଥିସହ ଜବତ କମ୍ପ୍ୟୁଟର ହାର୍ଡଡିସ୍କରୁ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ ଚାଲିଛି ।

ଅଭିଯୋଗ ହୋଇଥିଲା, ଜିତୁ ପଟ୍ଟନାୟକ ୧୯୯୯ରୁ ୨୦୦୯ ଯାଏ ବେଆଇନ୍‌ ଖଣି ଖନନ କରିଥିଲେ । ଯେଉଁଥିରେ ରାଜ୍ୟ ସରକାରଙ୍କୁ ୧୩୦ କୋଟି ଟଙ୍କାର କ୍ଷତି ହୋଇଥିଲା । ୨୦୦୯ରେ ଏସମ୍ପର୍କିତ ମାମଲା ରୁଜୁ କରିଥିଲା ଭିଜିଲାନ୍ସ । ୨୦୧୩ରେ ଚାର୍ଜସିଟ୍‌ ଦାଖଳ ହୋଇଥିଲା ।

Leave A Reply

Your email address will not be published.