Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୦ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରର ମହାତ୍ମ୍ୟ ବର୍ଣ୍ଣନା ସମୟରେ ଆମେ “ଶଙ୍ଖ ନାଭି ମଣ୍ଡଳ “ତଥା “ଶଙ୍ଖ କ୍ଷେତ୍ର “ବିଷୟ କିଛି କିଛି ଆଲୋଚନା କଲେ । ବର୍ତ୍ତମାନ ସ୍କନ୍ଦ ପୁରାଣ ବର୍ଣ୍ଣିତ ଶଙ୍ଖାସୁର ବଧ ବିଷୟରେ ଜାଣିବା ।

“ତତ୍ରlପି ଲୋକରକ୍ଷାର୍ଥଂ ଯେ ଅବତାରାକୃତା ପୂରା, ମତ୍ସ୍ଯlଦ୍ୟା ଦିବ୍ୟରୁପା ବୈ ପୂରା ପ୍ରତେ କଥିତ ମୟା, ଅତ୍ର କ୍ଷେତ୍ରବରେ ବତ୍ସତାଂ ସ୍ତାନ ପ୍ରକୁରୁତେ ବିଭୁ, ଏତଦ୍ଧି ପରମଂ ସ୍ଥାନଂ ଦିବ୍ୟଂ ଭୌମଶ୍ଚ କଥ୍ୟତେ “(ସ୍କନ୍ଦ ପୁରାଣ ) । ସମ୍ପୂର୍ଣ ପ୍ରସଙ୍ଗଟି ଏହିପରି ସୃଷ୍ଟି ସଂଚାରର ପ୍ରାରମ୍ଭରେ ଜଣକଲ୍ୟାଣ ନିମିତ୍ତ ବ୍ରହ୍ମl ନିଜ ଚାରି ମୁଖରୁ ଚାରି ବେଦ ଉତ୍ପତ୍ତି କଲେ ଏବଂ ନିଜର ଚାରି ଶିଷ୍ୟଙ୍କୁ(ଋଷି ଗୌତମ, ପିପଲ୍ଲlଦ, ମଧୁଛନ୍ଦ ଓ ଯlଜ୍ଞବଳକ୍ୟ)ଙ୍କୁ ଏହା ଶିକ୍ଷା ଦେଇ ପ୍ରଚାର ଓ ପ୍ରସାର ଦାୟିତ୍ୱ ଦେଲେ । ଏହି ସମୟରେ ତନ୍ତ୍ର ଶକ୍ତିରେ ବଳିୟାନ ଶଙ୍ଖାସୁର, ନିଜ ପିତା ମଧୁରlକ୍ଷସଙ୍କ ମୃତ୍ୟୁର ପ୍ରତିଶୋଧ ନେବାପାଇଁ ତନ୍ତ୍ର ଶକ୍ତି ପ୍ରୟୋଗ କରି ଚାରି ବେଦକୁ ଚୋରି କରିନେଲା । ଏଥିରେ ବ୍ରହ୍ମା ବ୍ୟଥିତ ହୋଇ ଶ୍ରୀବିଷ୍ଣୁଙ୍କୁ ପାର୍ଥନା କରନ୍ତେ ସେ ମତ୍ସ୍ୟ ଅବତାର ଗ୍ରହଣ କରି ଅଥଳ ସାଗରରେ ସାତ ଥର ପ୍ରଦକ୍ଷିଣ କଲେ । କିନ୍ତୁ ଚତୁର ଶଙ୍ଖାସୁର ନିଜକୁ ରକ୍ଷା କରିବା ପାଇଁ ଏହି ନୀଳଗିରିର କଳ୍ପବଟ ମୂଳକୁ ଆଶ୍ରା କରି ଲୁଚିରହିଲା ।

କଳ୍ପବଟର ଅଦ୍ଭୁତ ଶକ୍ତିରେ ଶଙ୍ଖାସୁରର ପୃଷ୍ଠ ଓ ବହିର୍ଭାଗ ଅତ୍ୟନ୍ତ କଠିନ ହୋଇଗଲା ଓ ନିଜ ଉଦର ମଧ୍ୟରେ ଚାରିବେଦ ଲୁଚାଇ ଶଙ୍ଖାସୁର ସେହି କଳ୍ପବୃକ୍ଷଙ୍କୁ ଆଶ୍ରୟ କରିରହିଲେ । ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ମଧ୍ୟ ଏହି କଠିନ ଆବରଣକୁ ଛେଦନ କରି ପାରିଲେ ନାହିଁ । ଶ୍ରୀବିଷ୍ଣୁଙ୍କ ଧ୍ୟାନରେ ମହାମାୟା ବିମଳାଙ୍କର ଏହିଠାରେ ଆବିର୍ଭାବ ଘଟିଲା । ବ୍ରହ୍ମl ମଧ୍ୟ ସମସ୍ତ ଦେବତାଙ୍କ ସହ ଉପସ୍ଥିତ ହୋଇ ସମସ୍ତଙ୍କ ଶକ୍ତିରେ ନିର୍ମିତ୍ତ “ବ୍ରହ୍ମ ଅସ୍ତ୍ର “ପ୍ରଦାନ କଲେ । ବିଷ୍ଣୁ ଶଙ୍ଖାସୁରର ମୁଖ ରନ୍ଦ୍ରରେ ବ୍ରହ୍ମ ଅସ୍ତ୍ର ପ୍ରୟୋଗ କରି ନାଭି ରନ୍ଦ୍ରରେ ବାହାର କରାଇଲେ । ଏଥି ସହ ଶଙ୍ଖାସୁରର ସମସ୍ତ ମାଂସ ସହ ଅନ୍ତରେ ଥିବା ବେଦ ବାହାରି ଆସିଲା । କଠିନ ଶଙ୍ଖାକୃତି ଶରୀରଟି ବ୍ରହ୍ମl ଧାରଣ କରି, ପ୍ରଥମେ ଶଙ୍ଖନାଦ ସୃଷ୍ଟି କଲେ । ନିଜ ଶିଷ୍ୟର ଏ ଦୁର୍ଦ୍ଦଶାଦେଖି ପ୍ରଭୁ ମହେଶ୍ୱର ମଧ୍ୟ ଏହି କ୍ଷେତ୍ରରେ ଉପସ୍ଥିତ ହେଲେ । ସର୍ବେ ତାଙ୍କର ସ୍ତୁତି ଗାନ କରି ତାଙ୍କୁ ଶାନ୍ତ କରାଇଲେ। ଏହି ନୀଳଗିରିରେ ଶ୍ରୀବିଷ୍ଣୁ, ମହେଶ୍ୱର, ବ୍ରହ୍ମା ଓ ମହାମାୟାଙ୍କ ସହ ସର୍ବ ଦେବତା ଉପସ୍ଥିତି ଯୋଗୁ ଏହା ଅତ୍ୟନ୍ତ ପଵିତ୍ର କ୍ଷେତ୍ର ରୂପେ ପରିଗଣିତ ହୋଇ ପ୍ରଥମେ ଶଙ୍ଖ ନିନାଦ ଶୁଣି ଥିବାରୁ “ଶଙ୍ଖକ୍ଷେତ୍ର”ଭାବରେ ଖ୍ୟାତ ହେଲା। ସେହି କଳ୍ପବଟ ନିକଟରେ ସର୍ବ ଦେବ ଅବ୍ରିଭାବ ସ୍ଥଳରେ କଳି ଯୁଗରେ ଶ୍ରୀବିଷ୍ଣୁ ଅବସ୍ଥାନ କରିବାର ଘୋଷଣା କରି ଏହାକୁ ଶଙ୍ଖନାଭି ମଣ୍ଡଳ ରୂପେ ପରିଗଣିତ କରାଇଲେ ଓ ଏହାର ପଞ୍ଚ କୋଶ ପରିମିତ ସ୍ଥାନରୁ ଯମଙ୍କ କତୃତ୍ତ୍ୱ ହ୍ରାସ କଲେ।

ଆଜି ସେହି ଶଙ୍ଖ କ୍ଷେତ୍ର ଅଧିଶ୍ୱର ଜଗତ ଠାକୁର ଶ୍ରୀଜଗନ୍ନାଥଙ୍କ ଆରାଧନା କରିବା “ନୌମି ଦେବଂ ଜଗନ୍ନାଥଂ ସଚ୍ଚିଦାନନ୍ଦ ବିଗ୍ରହମ, ଯ ନିତ୍ୟ ରମତେ ନୀଳାଚଳେ ବୈ -ବ୍ରହ୍ମଧାମିନୀ । “

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.