ଦି ଓଭାଲ: ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଆଶେସ କ୍ରିକେଟ ସିରିଜରେ ୫ମ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ଇଂଲଣ୍ଡ ୨୮୩ ରନ କରି ଅଲଆଉଟ ହୋଇଯାଇଛି । ହ୍ୟାରୀ ବ୍ରୁକ୍ସ ୮୫ ଓ ବେନ ଡକେଟଙ୍କ ୪୧ ରନ ଯୋଗୁ ଦଳ ପ୍ରଥମ ଇନିଂସରେ ଏକ ଆଭରେଜ ସ୍କୋର କରିପାରିଛି । ଅନ୍ୟମାନଙ୍କ ମଧ୍ୟରେ ମୋଇନ ଅଲୀ ୩୪ ଏବଂ ଶେଷ ଭାଗରେ କ୍ରିସ ୱକସ ୩୬ ଓ ମାର୍କ ଉଡ ୨୮ରନର ଉପଯୋଗୀ ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ମିଚେଲ ଷ୍ଟାର୍କ ୪ଟି ୱିକେଟ ଅକ୍ତିଆର କରିଥିଲେ । ଜୋସ ହାଜେଲଉଡ ଓ ଟଡ ମର୍ଫି ୨ଟି ଲେଖାଁଏ ୱିକେଟ ନେଇଥିଲେ ।
ଇଂଲଣ୍ଡ ମାତ୍ର ୫୪.୪ ଓଭର ଖେଳି ଅଲଆଉଟ ହୋଇ ଯାଇଥିଲା । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଯାହାକି ତାଙ୍କ ସପକ୍ଷରେ ରହିଛି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୧ରେ ଅଗ୍ରଣୀ ରହିଛି । ୪ର୍ଥ ଟେଷ୍ଟରେ ଇଂଲଣ୍ଡ ଭଲ ସ୍ଥିତିରେ ଥିଲେ ମଧ୍ୟ ବର୍ଷା ଯୋଗୁ ମ୍ୟାଚ ଡ୍ର ହୋଇ ଯାଇଥିଲା । ସିରିଜ ବରାବର କରିବାକୁ ହେଲେ ଇଂଲଣ୍ଡକୁ ଏହି ମ୍ୟାଚରେ ନିଶ୍ଚିତ ବିଜୟର ଆବଶ୍ୟକତା ରହିଛି ।
Comments are closed.