Latest Odisha News

BREAKING NEWS

ମୋଦି, ଯୋଗୀ, ରାହୁଲ ଓ କେଜ୍ରିୱାଲ… ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବେ କାହାକୁ ଦେଖିବାକୁ ଚାହାଁନ୍ତି ଲୋକେ ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ବିଜୟ ନେଇ ଆଶାବାଦୀ ଅଛି । ସେପଟେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବି ଦାବି କରୁଛି ୨୪ରେ ଦିଲ୍ଲୀରେ ସରକାର ଗଢ଼ିବେ । ଏଭଳି ସ୍ଥିତିରେ ଜନତା କାହାକୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ?

ଏବିପି ସି ଭୋଟର ସର୍ଭେ ଅନୁସାରେ, ଅଧିକାଂଶ ଲୋକେ ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ଚାହୁଁଛନ୍ତି । ସର୍ଭେରେ ୬୩ ପ୍ରତିଶତ ଲୋକଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ପରେ ଲୋକଙ୍କ ଦ୍ୱିତୀୟ ପସନ୍ଦ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ସପକ୍ଷରେ ୨୦ ପ୍ରତିଶତ ମତାମତ ମିଳିଛି ।

ସର୍ଭେରେ ଉତ୍ତରପ୍ରଦେଶର ଦୁଇ ଥରର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁ ଥିବା ବେଳେ ତାଙ୍କୁ ୬ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି । ଯୋଗୀ ଆଦିତ୍ୟନାଥଙ୍କ ପରେ ଲୋକ ପସନ୍ଦର ନେତା ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ । ୨ ପ୍ରତିଶତ ଲୋକ କେଜ୍ରିୱାଲଙ୍କୁ ପସନ୍ଦ କରିଥିବା ବେଳେ ୯ ପ୍ରତିଶତ ଲୋକ କାହାରିକୁ ବି ପସନ୍ଦ କରି ନାହାନ୍ତି ।

Leave A Reply

Your email address will not be published.