କଟକ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ବିତୀୟ ଦିନିକିଆ ମ୍ୟାଚ । ଏଥି ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ଦଳର ଖେଳାଳି କଡା ସୁରକ୍ଷା ମଧ୍ୟରେ ସ୍ବତନ୍ତ୍ର ବସ୍ ରେ ପହଞ୍ଚିଛନ୍ତି ।
ଭୁବନେଶ୍ବର ମେ ଫେୟାର ହୋଟେଲରୁ ବାହାରି ଦୁଇଟି ଟିମ୍ ଷ୍ଟାଡିୟମରେ ପହଞ୍ଚିଛନ୍ତି । ପ୍ରଥମେ ହୋଟେଲରୁ ବାହାରି ବାରବାଟୀ ଅଭିମୁଖେ ବାହାରିଥିଲେ ଇଂଲଣ୍ଡର ଖେଳାଳି, ପରେ ପରେ ଟିମ୍ ଇଣ୍ଡିଆର ଖେଳାଳି ବାହାରିଥିଲେ ।
ଖେଳାଳିଙ୍କୁ ଦେଖିବାକୁ ଭୁବନେଶ୍ବରରୁ କଟକ ମଧ୍ୟରେ ଥିବା ରାସ୍ତା କଡରେ କ୍ରିକେଟ୍ ପ୍ରେମୀଙ୍କ ଭିଡ ଜମାଇଥିଲେ । ଦିନ ୧ଟା ୩୦ ମିନିଟ୍ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ଦିନ ୧ ଟାରେ ଟସ୍ ପଡିବ । ତେଣୁ ଦର୍ଶକ ମାନେ ଏବେ ଧିରେ ଧିରେ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରୁଛନ୍ତି ।
୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ନାଗପୁରର ପ୍ରଥମ ମ୍ୟାଚରେ ବାଜି ମାରିଥିବା ଟିମ୍ ଇଣ୍ଡିଆ ସିରିଜ୍ କବଜା ଲକ୍ଷ୍ୟରେ ରଖିଛି।
Comments are closed.