ଦି ଓଭାଲ: ଏଠାରେ ଚାଲିଥିବା ଅନ୍ତିମ କ୍ରିକେଟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ସମ୍ମୁଖରେ ୩୭୪ ରନର ଲକ୍ଷ୍ୟ ରଖିଛନ୍ତି । ସିରିଜ ବରାବର କରିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ହାସଲ କରିବା ଜରୁରୀ । ଭାରତର ପ୍ରଥମ ଇନିଂସ ସ୍କୋର ୨୨୪ ରନ ଜବାବରେ ଇଂଲଣ୍ଡ ୨୪୭ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ଯଶସ୍ୱୀ ଜୈସୱାଲ ଆକର୍ଷଣୀୟ ଶତକ ହାସଲ କରିଥିଲେ । ସେ ୧୧୮ ରନ କରି ଆଉଟ ହୋଇଥିଲେ ।
ନାଇଟ ୱାଚମ୍ୟାନ ଭାବେ ବ୍ୟାଟିଂ କରିବାକୁ ଆସିଥିବା ଆକାଶଦୀପ ୬୬, ରବୀନ୍ଦ୍ର ଜାଡେଜା ୫୩ ଓ ଶେଷ ଭାଗରେ ୱାଶିଂଟନ ସୁନ୍ଦର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ୫୩ ରନ କରିଥିଲେ । ଭାରତ ୩୯୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଇଂଲଣ୍ଡ ପକ୍ଷରୁ ଜୋଶ ଟଙ୍ଗ ସର୍ବାଧିକ ୫ଟି ଓ ଗସ ଆଟକିନସନ ୩ଟି ୱିକେଟ ଅକ୍ତିଆର କରିଥିଲେ ।
Comments are closed.