ବ୍ରହ୍ମପୁର: ଜଣେ ଠିକାଦାରଙ୍କ ବିଲ୍ କରାଇଦେବା ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସରେ ଧରା ପଡ଼ିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ। ସେ ହେଲେ ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକର ଯନ୍ତ୍ରୀ ବଂଶୀଧର ପରିଡ଼ା। ଭିଜିଲାନ୍ସର ୮ ଜଣିଆ ଟିମ ବଂଶୀଧରଙ୍କ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ସହର ଆଙ୍କୁଲି ସ୍ଥିତ ବାସଭବନରେ ମଧ୍ୟ ଚଢ଼ଉ କରୁଛି। ଶେଷ ସୂଚନା ମିଳିବା ସୁଦ୍ଧା ଚଢ଼ଉ ଜାରି ରହିଛି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାମଗଡ ପଞ୍ଚାୟତର ଗଣପତିନଗର ଠାରୁ ବାଗଦେବୀ ପର୍ଯ୍ୟନ୍ତ ଏକ ରାସ୍ତା ଏମ୍ଜିଏନ୍ଆରଇଜିଏସ୍ରେ କାମ ହୋଇଥିଲା । ରାସ୍ତା ତିଆରିରେ ୨ ଲକ୍ଷ ୧୦ ହଜାର ଟଙ୍କାର ମୋରମ ପଡ଼ିଥିଲା। ତେବେ ଏହାର ବିଲ୍ କରାଇଦେବା ପାଇଁ ଠିକାଦାରଙ୍କୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଯନ୍ତ୍ରୀ ପରିଡ଼ା। ଏନେଇ ଠିକାଦାର ଜଣକ ବ୍ରହ୍ମପୁର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ସୋମବାର ସନ୍ଧ୍ୟାରେ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟକୁ ଠିକାଦାର ଯାଇ ଲାଞ୍ଚ ଦେଉଥିବା ବେଳେ ଯନ୍ତ୍ରୀଙ୍କୁ କାବୁ କରିଥିଲା ଭିଜିଲାନ୍ସ। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ୪ ହଜାର ଟଙ୍କା ଜବତ ହୋଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ଗଣେଷ ପ୍ରଧାନ ସୂଚନା ଦେଇଛନ୍ତି। ବିଂଶୀଧରଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି।
BREAKING NEWS
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
- ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍
- ୨୩ଟି ଦେଶରେ ବ୍ୟାପିଛି କରୋନା ଭାଇରସର ନୂଆ ଭାରିଆଣ୍ଟ, ଭାରତ ଉପରେ ଏହାର ପ୍ରଭାବ ରହିଛି କି?
- Stampede at Bihar’s Temple: ନାଳନ୍ଦାର ଶୀତଳା ମନ୍ଦିରରେ ଦଳାଚକଟା, ଚାଲିଗଲା ୮ ଜୀବନ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
- Sonia Gandhi Discharged From Hospital: ସୁସ୍ଥ ହୋଇ ଘରକୁ ଫେରିଲେ ସୋନିଆ ଗାନ୍ଧୀ
- Health Minister Accuses Opposition: ନିଜ ଜିଦରେ ଅଟଳ ବିରୋଧୀ…ବର୍ଷିଲେ ସ୍ୱାସ୍ଥ୍ୟମନ୍ତ୍ରୀ…ଆଜି ବି ଅଚଳାବସ୍ଥା…
- Odisha Weather Alert: ଆହୁରି ୪ ଦିନ କାଳବୈଶାଖୀ ବର୍ଷା, ୫୦ କିମି/ଘଣ୍ଟା ବେଗରେ ବହିବ ପବନ
- ମଧ୍ୟପ୍ରାଚ୍ୟରେ ୮ ଭାରତୀୟଙ୍କ ମୃତ୍ୟୁ, ଜଣେ ନିଖୋଜ: ଫେରିଲା ୫୫ ଲକ୍ଷ
Comments are closed.