ବ୍ରହ୍ମପୁର: ଜଣେ ଠିକାଦାରଙ୍କ ବିଲ୍ କରାଇଦେବା ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସରେ ଧରା ପଡ଼ିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ। ସେ ହେଲେ ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକର ଯନ୍ତ୍ରୀ ବଂଶୀଧର ପରିଡ଼ା। ଭିଜିଲାନ୍ସର ୮ ଜଣିଆ ଟିମ ବଂଶୀଧରଙ୍କ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ସହର ଆଙ୍କୁଲି ସ୍ଥିତ ବାସଭବନରେ ମଧ୍ୟ ଚଢ଼ଉ କରୁଛି। ଶେଷ ସୂଚନା ମିଳିବା ସୁଦ୍ଧା ଚଢ଼ଉ ଜାରି ରହିଛି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାମଗଡ ପଞ୍ଚାୟତର ଗଣପତିନଗର ଠାରୁ ବାଗଦେବୀ ପର୍ଯ୍ୟନ୍ତ ଏକ ରାସ୍ତା ଏମ୍ଜିଏନ୍ଆରଇଜିଏସ୍ରେ କାମ ହୋଇଥିଲା । ରାସ୍ତା ତିଆରିରେ ୨ ଲକ୍ଷ ୧୦ ହଜାର ଟଙ୍କାର ମୋରମ ପଡ଼ିଥିଲା। ତେବେ ଏହାର ବିଲ୍ କରାଇଦେବା ପାଇଁ ଠିକାଦାରଙ୍କୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଯନ୍ତ୍ରୀ ପରିଡ଼ା। ଏନେଇ ଠିକାଦାର ଜଣକ ବ୍ରହ୍ମପୁର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ସୋମବାର ସନ୍ଧ୍ୟାରେ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟକୁ ଠିକାଦାର ଯାଇ ଲାଞ୍ଚ ଦେଉଥିବା ବେଳେ ଯନ୍ତ୍ରୀଙ୍କୁ କାବୁ କରିଥିଲା ଭିଜିଲାନ୍ସ। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ୪ ହଜାର ଟଙ୍କା ଜବତ ହୋଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ଗଣେଷ ପ୍ରଧାନ ସୂଚନା ଦେଇଛନ୍ତି। ବିଂଶୀଧରଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି।
BREAKING NEWS
- ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ…
- Khandagiri Jatra:ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ ନିୟମ ଜାରି କଲା ଖଣ୍ଡଗିରି ପୋଲିସ
- Padma Awards 2026: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର, ସିବୁ ସୋରେନ, ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ…
- କିଟ୍ ଓ କିସର ମିନି ମାରାଥନ; ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା
- ‘ଫିଙ୍ଗର ଅନ୍ ଦି ଟ୍ରିଗର’; ଯୁଦ୍ଧ ମୁହାଁ ଆମେରିକା-ଇରାନ
- ବରିଷ୍ଠ ସାମ୍ବାଦିକ ମାର୍କ ଟୁଲିଙ୍କ ଦେହାନ୍ତ; ଭାରତରେ ବିତାଇଥିଲେ…
- ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପିଲାଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ
- ଆଇସିସିର ନିଷ୍ପତି ମାନିନେଲା ବିସିବି, ଆଉ କରିବନି ଆବେଦନ
- କଟକ ଖାନନଗରରେ ‘ଆମ ବସ୍’ ଭଙ୍ଗାରୁଜା ଘଟଣା; ଆଇନ୍ ହାତକୁ ନନେବାକୁ କ୍ରୁଟର ଅପିଲ…
- ଜାପାନରେ ଆଉ ଦେଖିବାକୁ ନ ମିଳିପାରେ ପାଣ୍ଡା
Comments are closed.