Latest Odisha News

BREAKING NEWS

ଦଳାଚକଟା ମାମଲାରେ ଶାହାରୁଖଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ: ଭଦୋଦରା ଦଳାଚକଟା ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କୁ ସୁପ୍ରିମକୋର୍ଟଙ୍କ ନିକଟରୁ ବଡ ଆଶ୍ୱସ୍ତି ମିଳିଛି । ଫିଲ୍ମ ରଇସର ପ୍ରଚାର ସମୟରେ ୨୦୧୭ରେ ଶାହାରୁଖ ଭଦୋଦରା ଆସିଥିଲେ । ସେ ଆସିବା ଖବର ପ୍ରଚାର ହୋଇଥିବାରୁ ସେଠାରେ ପ୍ରବଳ ଭୀଡ ଜମିଥିଲେ । ଶାହାରୁଖଙ୍କ ଟିମ ପ୍ରଶଂସକଙ୍କ ଉପରକୁ ଟି-ସାର୍ଟ ଏବଂ ଅନ୍ୟ ସାମଗ୍ରୀ ଫିଙ୍ଗିଥିଲେ । ଏଥିରେ ଜଣଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ଏଥିନେଇ ଶାହାରୁଖଙ୍କ ବିରୋଧରେ ଗୁଜରାଟ ହାଇକୋର୍ଟରେ ଏକ ଏନଜିଓ ସଂସ୍ଥା ପକ୍ଷରୁ ଅପରାଧୀକ ମାମଲା ରୁଜୁ କରିବା ପାଇଁ ଆବେଦନ କରା ଯାଇଥିଲା ।

ହାଇକୋର୍ଟ ଏହାକୁ ଖାରଜ କରି ଦେଇଥିଲେ । ପରେ ଏଥିନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ବିଚାରପତି ସିଟି ରବିକୁମାର ଓ ଅଜୟ କୁମାର ରସ୍ତୋଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟ କାଏମ ରଖିଥିଲେ ।

Leave A Reply

Your email address will not be published.