Latest Odisha News

BREAKING NEWS

ଇଞ୍ଜିନିୟର୍ ଉଠବସ୍ ଘଟଣା: ଶୁଣାଣି ଜୁଲାଇ ୫କୁ ଘୁଞ୍ଚିଲା, ଝାରପଡ଼ା ଜେଲକୁ ସ୍ଥାନାନ୍ତର ହେଲେ ବିଧାୟକ

ଭୁବନେଶ୍ୱର: ଇଞ୍ଜିନିୟରଙ୍କୁ ଉଠବସ୍ କରାଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣିକୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆସନ୍ତା ଜୁଲାଇ ୫ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ବିଧାୟକ ନିଜର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଥିବା ବେଳେ ଏହି ଆବେଦନର ଶୁଣାଣି ସୋମବାର ଦିନ ହୋଇପାରିନଥିଲା ।

ପୂର୍ତ୍ତବିଭାଗର ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠବସ୍ କରି ସର୍ବସାଧାରଣରେ ନିର୍ଯ୍ୟାତନା ଦେଇଥିବା ନେଇ ପାଟଣାଗଡ଼ ବିଧାୟକଙ୍କ ନାମରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ପାଟଣାଗଡ଼ ବିଧାୟକଙ୍କୁ ଝାରପଡ଼ାର ସ୍ୱତନ୍ତ୍ର ଜେଲକୁ ପଠାଇ ଦିଆଯାଇଛି ।

ଅଦାଲତ ଜେଲ କର୍ତ୍ତୃପକ୍ଷଙ୍କୁ ଚିକିତ୍ସା ନିମନ୍ତେ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ କିନ୍ତୁ ତାହା ପୂର୍ବରୁ ପାଟଣାଗଡ଼ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ ବିଧାୟକ ।

ଅଦାଲତଙ୍କ ଶୁଣାଣି ଲାଗି ବିଧାୟକଙ୍କୁ ପାଟଣାଗଡ଼ ଜେଲରୁ ଆଜି ସକାଳେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ, ନିମ୍ନମାନର ରାସ୍ତା କାର୍ଯ୍ୟ ଲାଗି ଜୁଲାଇ ୪ ତାରିଖରେ ସର୍ବ ସମ୍ମୁଖରେ ଜଣେ କନିଷ୍ଠ ଇଞ୍ଜିନିୟରଙ୍କ୍ୁ ଉଠବସ୍ କରାଇଥିଲେ । ଏନେଇ ଅଭିଯୋଗ ପାଇବା ପରେ ପାଟଣାଗଡ଼ ପୋଲିସ ଜୁନ ୨୪ ତାରିଖରେ ବିଧାୟକଙ୍କୁ ଗିରଫ କରିଥିଲେ ।

ଏହି ଘଟଣା ସମ୍ପର୍କରେ ଇଞ୍ଜିନିୟରଙ୍କ ପତ୍ନୀ ଜୁନ ୬ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୂର୍ବରୁ ବିଧାୟକ ଶ୍ରୀ ମେହେରଙ୍କ ଜାମିନ ଆବେଦନକୁ ଖାରଜ କରି ପାଟଣାଗଡ଼ ଅତିରିକ୍ତ ଦୌରା ଜଜ୍ ପଚରାଉଚରା ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇଦେଇଥିଲେ ।

Leave A Reply

Your email address will not be published.