Latest Odisha News

BREAKING NEWS

ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ

କଟକ : କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଆମ୍ବପଡା ବିଦ୍ୟାଳୟରେ କେହି ଦୁର୍ବୃତ୍ତ ଶ୍ରେଣୀ ଗୃହ ମଧ୍ୟରେ ପଶି ଜଣେ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି ।

ଶିକ୍ଷୟିତ୍ରୀ ଜଣକ ଶ୍ରେଣୀ ଗୃହରେ ପଢାଉଥିବା ବେଳେ ଅଚାନକ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ନେଇ ସୁତ୍ରରୁ ପ୍ରକାଶ ।

ପ୍ରାପ୍ତ ସୂଚନାନୁଯାୟୀ ଗୁରୁତର ଶିକ୍ଷୟିତ୍ରୀ ଙ୍କ ନାମ ସୁଚିସ୍ମିତା ମୁଦୁଲି। ଏଥିରେ ଶିକ୍ଷୟତ୍ରୀଙ୍କ ମୁଣ୍ଡର ପଛଭାଗ ,ପିଠି ଓ ଅଣ୍ଟାକୁ ଏକାଧିକ ଥର ଆକ୍ରମଣ ଫଳରେ ଗଭୀର କ୍ଷତ ହୋଇଛି। ଶିକ୍ଷୟତ୍ରୀଙ୍କୁ କଟୁରୀରେ ମରଣାନ୍ତକ ଆକ୍ରମଣ କରି ଫେରାର ହେଉଥିବା ବେଳେ ଅଭିଯୁକ୍ତ ବିଭୂତି ମହାନ୍ତିଙ୍କୁ ଚାରିଛକ ବଜାରରେ ସ୍ଥାନୀୟ ବାସିନ୍ଦା କାବୁ କରିଥିଲେ ।

ପରେ ଉକ୍ତ ଶିକ୍ଷୟିତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲରେ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

ତେବେ ଆକ୍ରମଣର ସଠିକ୍ କାରଣ ଏଯାବତ୍ ଜଣାଡିନଥିବାବେଳେ ଅଭିଯୁକ୍ତକୁ କାବୁ ପରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଜିମା ଦେଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.