ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅର୍ନ୍ତଗତ ରାଳବ ରାସ୍ତାରେ ସୂର୍ଯ୍ୟ ନାରାୟଣ ଆଚାରୀ ନାମକ ଜଣେ ବାସିନ୍ଦାଙ୍କ ଘରୁ ହୋଇଥିବା ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା। ତଦନ୍ତରୁ ଜଣାପଡିଛି ଯେ ଏହି ଘଟଣାରେ ଜଣେ ଇଞ୍ଜିନିୟର ଛାତ୍ର ହାତ ଅଛି। ଗତ ବର୍ଷ ଡିସେମ୍ବର ମାସ ୧୯ ତାରିଖରେ ଏହି ଚୋରି ହୋଇଥିଲା।
ଚୋରି ମାମଲାରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଜଣେ ଇଞ୍ଜିନିୟରିଂ ଛାତ୍ର ସିଲୁ ନାୟକ (୨୧) ସମେତ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ। ଉକ୍ତ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତ ଯଥା ବିକାଶ ବିଷୋୟୀ, ସିଲୁ ନାୟକ, କାଳିଆ ବେହେରା ଓ ଶରସ ନାୟକ ନାମକ ଯୁବକ ମାନଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଜେରା କରିଛି।
ସେମାନଙ୍କ ଠାରୁ ୪ଟି ମୋବାଇଲ ଫୋନ, ନଗଦ ୧ ଲକ୍ଷ ୪୦ ହଜାର ଟଙ୍କା ୫୬ ଗ୍ରାମ୍ ସ୍ବର୍ଣ୍ଣ ଅଳଙ୍କାର ସମେତ କିଛି କମ୍ପ୍ୟୁଟର ଓ ବୈଦ୍ୟୁତିକ ଯନ୍ତ୍ରପାତି ସହ ଗୋଟିଏ ଟିଭିଏସ୍ ସ୍କୁଟି ମୋଟରସାଇକେଲ ଓ କମ୍ପ୍ୟୁଟର ନିକିତି ଜବତ କରାଯାଇଛି। ଅଟକ ଯୁବକ ମାନେ ପୁର୍ବରୁ ବୈଦ୍ୟନାଥ ପୁର ଥାନା, ଗୋଷାଣୀ ନୁଆଁଗାଁ ଥାନା ଓ ଟାଉନ ଥାନା ଅନ୍ତର୍ଗତ ବିଭିନ୍ନ ଅଳରେ ସକ୍ରିୟ ରହି ଚୋରି ଓ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ଠାରୁ ସୂଚନା ମିଳିଛି।
Comments are closed.