Latest Odisha News

BREAKING NEWS

ମହିଳା ବିଶ୍ୱକପ ହକି: ଉଦଘାଟନୀ ମ୍ୟାଚରେ ଭାରତ-ଇଂଲଣ୍ଡ ୧-୧ରେ ଡ୍ର ରଖିଲେ

ଲଣ୍ଡନ : ମହିଳା ବିଶ୍ୱକପର ୧୪ତମ ସଂସ୍କରଣ ଇଂଲଣ୍ଡର ଲଣ୍ଡନଠାରେ ଆରମ୍ଭ ହୋଇଛି । ଉଦଘାଟନୀ ମ୍ୟାଚରେ ରାଣୀ ରାମପାଲଙ୍କ ନେତୃତରେ ବିଶ୍ୱକପ ଖେଳୁଥିବା ଭାରତୀୟ ହକିଦଳ ଇଂଲଣ୍ଡ ସହିତ ୧-୧ରେ ମ୍ୟାଚ ଡ୍ର ରଖିବାକୁ ସକ୍ଷମ ହେଲା ।

ମ୍ୟାଚର ୨୫ ମିନିଟରେ ଭାରତୀୟ ସ୍କୋରର ନେହା ଗୋୟଲ ଏକ ଫିଲ୍ଡ ଗୋଲ ଦେଇ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ । ତେବେ ଦ୍ୱିତୀୟାର୍ଦ୍ଧର ୫୪ ମିନିଟରେ ଇଂଲଣ୍ଡ ତରଫରୁ ଲିଲି ଓସଲି ଏକ ସୁନ୍ଦର ଗୋଲ ଦେଇ ୧-୧ରେ ମ୍ୟାଚକୁ ସମାନସ୍ତରକୁ ଆଣିଥିଲେ ।

ଭାରତ ତାର ୨ୟ ମ୍ୟାଚ ୨୬ ତାରିଖରେ ଆୟାର୍ଲାଣ୍ଡ ସହିତ ଖେଳିବ ।

Leave A Reply

Your email address will not be published.