Latest Odisha News

BREAKING NEWS

ଇଂଲଣ୍ଡକୁ ଟି୨୦ ବିଶ୍ୱକପ ଜିତାଇଥିବା ଆଲେକ୍ସଙ୍କ ଅବସର ଘୋଷଣା

ଲଣ୍ଡନ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ ଶୁକ୍ରବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଦିନିକିଆ ବିଶ୍ୱକପ ଆଉ ୨ ମାସ ଥିବା ବେଳେ ସେ ହଠାତ ଏହି ନିଷ୍ପତି ନେଇଛନ୍ତି । ଗତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପରେ ସେ ଇଂଲଣ୍ଡକୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୨୦୧୧ ହେଲ୍ସ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ୩ଟି ଯାକ ଫର୍ମାଟରେ ୧୫୬ ମ୍ୟାଚ ଖେଳିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ସେ ୭ ଶତକ ସହ ୫୦୦୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି ।

ଇଂଲଣ୍ଡର ପ୍ରଥମ ଟି୨୦ ଖେଳାଳି ଭାବେ ସେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ବିଭିନ୍ନ ପ୍ରଫେଶନାଲ ଲିଗରେ ଖେଳିବା ପାଇଁ ଏହି ନିଷ୍ପତି ନେଇଥିବା ଅନୁମାନ କରାଯାଉଛି । ଇଂଲଣ୍ଡ ପକ୍ଷରୁ ୧୫୬ ମ୍ୟାଚରେ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି । ଇଂଲଣ୍ଡ ପକ୍ଷରୁ ଟି୨୦ ବିଶ୍ୱକପ ଫାଇନାଲ ଖେଳିବା ଓ ଜିତିବା ମୋ ପାଇଁ ଅଭୁଲା କ୍ଷଣ ହୋଇ ରହିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.