Latest Odisha News

BREAKING NEWS

ରାସ୍ତା କଡ଼ରୁ ମିଳିଲା ତାମିଲ ହାସ୍ୟାଭିନେତାଙ୍କ ମୃତଦେହ

ମୁମ୍ବାଇ: ରାସ୍ତାକଡ଼ରୁ ମିଳିଲା ତାମିଲ ହାସ୍ୟାଭିନେତାଙ୍କ ମୃତଦେହ । ତାମିଲନାଡୁର ମଦୁରେର ତିରୁପରଂଗୁଂନ୍ଦ୍ରମ ଅଞ୍ଚଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନେକଦିନ ଭୋକ ଉପବାସରେ ରହିବା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ହାସ୍ୟାଭିନେତା ଜଣକ ହେଲେ ମୋହନ ।

ଅଭିନେତା ମୋହନ ଅନେକ ତାମିଲ ସିନେମାରେ ଅଭିନୟ କରିଛନ୍ତି । ସେ କମେଡି ରୋଲ କରି ଲୋକଙ୍କୁ ହସାଇ ହସାଇ ବେଦମ୍ କରିଥାନ୍ତି । ୧୯୮୯ ମସିହାରେ ରିଲିଜ ହୋଇଥିବା ସିନେମା ‘ଅପୂର୍ବ ସଗୋଧରାର୍ଗଳ’ରେ ଅଭିନେତା କମଲ ହାସନଙ୍କ ଭଲବନ୍ଧୁ ଭୂମିକାରେ ନଜର ଆସିଥିଲେ । ଏଥିସହିତ ଅନେକ ଲୋକପ୍ରିୟ ଫିଲ୍ମରେ କମେଡି ରୋଲ କରି ଲୋକଙ୍କୁ ହସାଇଥିଲେ । ୬୦ ବର୍ଷର ମୋହନ ଅନେକ ଦିନ ହେବ ଆର୍ôଥକ ସଙ୍କଟରେ ଥିଲେ । ଆଉ ଫିଲ୍ମ ଦୁନିଆରେ କାମଟିଏ ପାଇଁ ସଂଘର୍ଷ କରୁଥିଲେ । ୧୦ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହେବା ପରେ କାମ ନ ପାଇଁ ଦୁଃଖକଷ୍ଟରେ ଦିନ କାଟୁଥିଲେ । ସେବେଠାରୁ ସେ ଭିକ ମାଗି ଚଳି ଆସୁଥିଲେ ।

ନିକଟରେ ମୋହନଙ୍କୁ ରାସ୍ତାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋହନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃଦଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ । ଦୀର୍ଘ ଦିନ ଧରି ଭୋକଉପବାସରେ ରହିବା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ।

 

Leave A Reply

Your email address will not be published.