Latest Odisha News

BREAKING NEWS

ମଞ୍ଚେଷ୍ଟର ଟେଷ୍ଟରେ ଓ୍ୱେଷ୍ଟଇଣ୍ଡିଜକୁ ୧୧୩ରନରେ ହରାଇଲା ଇଂଲଣ୍ଡ

ମଞ୍ଚେଷ୍ଟର: ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ବାଜିମାତ । ଭ୍ରମଣକାରୀ ଟିମକୁ ୧୧୩ରନରେ ହରାଇଛି ଇଂଲିଶ ବାହିନୀ । ଏହାସହ ତିନି ଟିକିଆ ସିରିଜ ବର୍ତ୍ତମାନ ୧-୧ରେ ବରାବର ସ୍ଥିତିରେ ରହିଛି ।

ମଞ୍ଚେଷ୍ଟରରେ ପ୍ରଥମ ଇନିଂସରେ ଇଂଲଣ୍ଡ ୯ ଓ୍ୱିକେଟ ହରାଇ ୪୬୯ ରନରେ ପାଳି ଘୋଷଣା କରିଥିଲା । ଓ୍ୱେଷ୍ଟଇଣ୍ଡିଜ ପ୍ରଥମ ପାଳିରେ କରିଥିଲା ୨୮୭ ରନ୍ । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ମ୍ୟାଚର ପଞ୍ଚମ ଦିନରେ ୩ ଓ୍ୱିକେଟ ବିନିମୟରେ ୧୨୯ ରନ୍ କରି ପାଳି ଘୋଷଣା କରିଥିଲା ।
ଓ୍ୱେଷ୍ଟଇଣ୍ଡିଜ ଆଗରେ ଥିଲା ୩୧୨ ରନ ବିଜୟ ଲକ୍ଷ୍ୟ ଦେଇଥିଲା ଇଂଲଣ୍ଡ । ଦ୍ୱିତୀୟ ଇନିଂସରେ ଶେଷ ଦିନରେ ମାତ୍ର ୧୯୮ ରନ ହିଁ କରି ପାରିଥିଲା କାରାବେୟାନ୍ ଟିମ୍ । ୧୧୩ ରନ ପଛରେ ରହିଯାଇଥିଲା ।

ଜୁଲାଇ ୨୪ ତାରିଖରେ ମଞ୍ଚେଷ୍ଟରରେ ସିରିଜର ଶେଷ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ ଖେଳାଯିବ । ଯିଏ ଜିତିବ ହାତେଇବ ସିରିଜ୍ । ଉଭୟ ଦଳ ପାଇଁ ଶେଷ ମ୍ୟାଚ କର ବା ମର ସ୍ଥିତି ଭଳି ।

Leave A Reply

Your email address will not be published.